Advertisment

କରୋନା ବେଳେ ବଢୁଛି ହୃଦ୍‌ରୋଗ?

କରୋନା ମହାମାରୀ ତ ମଣିଷ ପାଇଁ କାଳ ହୋଇଛି, ତେବେ କରୋନା ଏକା ଆସିନାହିଁ ଏହାର ପ୍ରଭାବରେ ହୃଦଘାତ, ମଧୁମେହ, ଉଚ୍ଚ ରକ୍ତଚାପ ଓ ଶ୍ୱାସ ଭଳି ନନ୍ କମୁନିକେବଲ ଡିଜିଜ୍ ବି ବଢିବାରେ ଲାଗିଛି। ତେବେ ଚିନ୍ତା ବଢାଇଛି ଅଧିକରୁ ଅଧିକ ଯୁବ ପୀଢି କରୋନା ସଂକ୍ରମଣ ବେଳେ କିମ୍ବା ପରବର୍ତ୍ତୀ ସମୟରେ ହୃଦଘାତର ଶିକାର ହେବା

author-image
Sarbeswar
Heart attack

Heart attack

ଭୁବନେଶ୍ୱର: କରୋନା ମହାମାରୀ ତ ମଣିଷ ପାଇଁ କାଳ ହୋଇଛି, ତେବେ କରୋନା ଏକା ଆସିନାହିଁ ଏହାର ପ୍ରଭାବରେ ହୃଦଘାତ, ମଧୁମେହ, ଉଚ୍ଚ ରକ୍ତଚାପ ଓ ଶ୍ୱାସ ଭଳି ନନ୍ କମୁନିକେବଲ ଡିଜିଜ୍ ବି ବଢିବାରେ ଲାଗିଛି। ତେବେ ଚିନ୍ତା ବଢାଇଛି ଅଧିକରୁ ଅଧିକ ଯୁବ ପୀଢି କରୋନା ସଂକ୍ରମଣ ବେଳେ କିମ୍ବା ପରବର୍ତ୍ତୀ ସମୟରେ ହୃଦଘାତର ଶିକାର ହେବା। ସେଦୃଷ୍ଟିରୁ ଆଜି ବିଶ୍ୱ ହାର୍ଟ ଡେ ଅବସରରେ ଜନସଚେତନତା ବାର୍ତ୍ତା ଦିଆଯାଇଛି। ଉତ୍ତମ ଖାଦ୍ୟ ସାଙ୍ଗକୁ ନିୟମିତ ବାୟ୍ୟାମ ଓ ଯୋଗାଭ୍ୟାସ ଦ୍ୱାରା ହୃଦଘାତକୁ ଏଡାଇ ହେବ ବୋଲି କହିଛନ୍ତି ବିଶେଷଜ୍ଞ।

Advertisment

କରୋନା ସଂକ୍ରମଣ ବେଳେ ବଢିଛି ହୃଦରୋଗୀଙ୍କ ସଂଖ୍ୟା। ବହୁ ସଂକ୍ରମିତ ବ୍ୟକ୍ତି ହୃଦଘାତର ଶିକାର ହୋଇଥିବା ନଜରକୁ ଆସିଛି। କୋଭିଡରେ ପୀଡିତ ଥିବା ବେଳେ କିମ୍ବା ପରବର୍ତ୍ତି ସମୟରେ ଶରୀରରେ ରକ୍ତ ଜମାଟ ବାନ୍ଧୁଛି। ଯାହା ଫଳରେ ହୃଦଘାତର ଆଶଙ୍କା ବଢିଥିବା କହିଛନ୍ତି ବିଶେଷଜ୍ଞ। ତେବେ ଉଦବେଗର ବିଷୟ ହେଉଛି ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଏହା ଅଧିକ ଦେଖିବାକୁ ମିଳୁଛି। ତେବେ କେବଳ ହୃଦଘାତ ନୁହେଁ ନନ୍ କମ୍ୟୁନିକେବଲ ଡିଜିଜ ଯଥା ମଧୁମେୟ, ଉଚ୍ଚ ରକ୍ତଚାପ, ଶ୍ୱାସ ରୋଗୀଙ୍କ ସଂଖ୍ୟା ବି ଓଡ଼ିଶାରେ ଅଧିକ ରହିଛି। ଅସୋସିଏଟେଡ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ବା ASSOCHAM ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି ଦେଶର ୨୧ ରାଜ୍ୟର ୨ ଲକ୍ଷ ୩୩ ହଜାର ୬୭୨ ଲୋକ ଓ ୬ ଶହ ୭୩ ଜନ ସ୍ୱାସ୍ଥ୍ୟ ଅଧିକରୀଙ୍କୁ ନେଇ ସର୍ଭେ କରାଯାଇଥିଲା। ଜାତୀୟସ୍ତରରେ ଏହି ହାର ୧୧. ୬୩ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ରହିଛି ୨୭.୧୯ ପ୍ରତିଶତ।

କରୋନା ଲକ୍-ଡାଉନ ଓ ସଟଡାଉନକୁ ନେଇ ଅଧିକରୁ ଅଧିକ ଯୁବଗୋଷ୍ଠୀ ହୃଦରୋଗରେ ପୀଡିତ ହୋଇଛନ୍ତି। ନିୟମିତ ଡାକ୍ତରଖାନା ନଆସିବା ଓ ଆବଶ୍ୟକ ଚେକ୍ ଅପ୍ ନକରାଇବା କାରଣରୁ ହୃଦଘାତର ଶିକାର ହେବା ଆଶଙ୍କା ବଢିଛି। ଏଥିରୁ ବର୍ତ୍ତିବା ଲାଗି ସୁଷମ ଖାଦ୍ୟ ସାଙ୍ଗକୁ ନିୟମିତ ବ୍ୟାୟାମ ଓ ଯୋଗାଭ୍ୟାସ ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ। ଆଜି WORLD HEART DAY ଅବସରରେ ଦୃଦ୍‌ଘାତ ସଂପର୍କରେ ସଚେତନତା ସୃଷ୍ଟି ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ସାଇକ୍ଲୋଥନର ଆୟୋଜନ ବି କରାଯାଇଥିଲା।

Advertisment

ସାମାନ୍ୟ ସାବଧାନ ଓ ସଚେତନ ହେଲେ ହୃଦଘାତ ଭଳି ଗୁରୁତର ସମସ୍ୟାକୁ ସହଜରେ ଏଡାଇ ଦେଇ ହେବ। ଖାସ୍ କରି କରୋନା କାଳରେ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇଛି।

Coronavirus Heart Attack
Advertisment
Advertisment