Advertisment

ଅଭିଯୋଗ ତ କରିଦେଲେ, ଏବେ ମୁହଁ ଖୋଲୁନାହାନ୍ତି ଟ୍ରୁଡୋ ! ସାମ୍ବାଦିକାଙ୍କ ପ୍ରଶ୍ନକୁ ଏଡ଼ାଇଦେଲେ...

ଆନ୍ତର୍ଜାତୀୟ ସ୍ତରର ଜଣେ ସମ୍ବାଦିକା ଶ୍ରୀ ଟ୍ରୁଡୋଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସେତେବେଳେ ଟ୍ରୁଡୋ କିଛି ନ କହି ଚାଲିଯାଇଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Justin Trudo

Justin Trudo

ଫଶିଗଲେ କାନାଡ଼ା ପ୍ରଧାନମନ୍ତ୍ରୀ । ଅଭିଯୋଗ ତ କଲେ, ହେଲେ ଏବେ ଦେଇପାରୁ ନାହାନ୍ତି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର । ଭାରତ ବିରୋଧରେ ମିଥ୍ୟ ଅଭିଯୋଗ ଆଣି ଫଶି ଯାଇଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ସେ ଭାରତ ବିରୋଧରେ ଯେଉଁ ଅଭିଯୋଗ ଆଣିଥିଲେ, ତାକୁ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି । ଆଉ ତାପରେ ତାଙ୍କର ଅଡ଼ୁଆ ବଢ଼ିଛି ।

Advertisment

ଆନ୍ତର୍ଜାତୀୟ ସ୍ତରର ଜଣେ ସମ୍ବାଦିକା ଶ୍ରୀ ଟ୍ରୁଡୋଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସେତେବେଳେ ଟ୍ରୁଡୋ କିଛି ନ କହି ଚାଲିଯାଇଥିଲେ । ଲାଇଭ୍ କ୍ୟାମେରା ଅନ୍ କରି ସାମ୍ବାଦିକା ଜଣକ ଟ୍ରୁଡୋଙ୍କୁ ପଚାରିଥିଲେ ଯେ, ମୋଦି ଆପଣଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଅର୍ଥାତ୍ ଆପଣଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହୁଛନ୍ତି । ଏନେଇ ଆପଣ କଣ କହିବେ ? ତେବେ ଏହି ପ୍ରଶ୍ନର ଉତ୍ତର ନଦେଇ ଟ୍ରୁଡୋ ସେଠାରୁ ଚାଲିଯାଇଥିଲେ ।

ସୋମବାର ଟ୍ରୁଡୋ କହିଥିଲେ ଯେ ହରଦୀପ ସିଂହ ନାଜିର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ହାତ ଥିବା ତଥ୍ୟ ମିଳିଛି। ଭାରତ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କାନାଡା ସରକାର ସେଠାରେ ଅବସ୍ଥାପିତ ଜଣେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିଲମ୍ବିତ କରିଥିଲେ। ଏହା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିଲା । ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣାଇ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡା ରାଷ୍ଟ୍ରଦୂତଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ କହିଥିଲା। 

Advertisment

ଦିନକୁ ଦିନ ଭାରତ ଓ କାନାଡ଼ା ମଧ୍ୟରେ ଥିବା ବିବାଦ ବଢ଼ିବାରେ ଲାଗିଛି । ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା। ଆଉ ଏବେ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରଦ୍ଦ କରିଛି ଭାରତ । ଅର୍ଥାତ କାନାଡାରୁ ଭାରତ ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଦିଷ୍ଟ କାଳ ପାଇଁ ମିଳିପାରିବ ନାହିଁ । କାନାଡା-ଭାରତ ମଧ୍ୟରେ ଲାଗିରହିଥିବା ତିକ୍ତତା ଭିତରେ ଭାରତ ନେଇଥିବା ପଦକ୍ଷେପ ମଧ୍ୟରୁ ଏହା ହେଉଛି ସବୁଠାରୁ ବଡ଼ ପଦକ୍ଷେପ । 

ଭାରତ ଆସିବା ପାଇଁ ଉପଲବ୍ଧ ହେଉଥିବା ଭିସା ବ୍ୟବସ୍ଥାକୁ ଆଜି ସରକାର ବାତିଲ କରି ଦେଇଛନ୍ତି। ବିଏଲଏସ୍ ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ଅପରେସନାଲ କାର୍ଯ୍ୟ ପାଇଁ ଭାରତୀୟ ଭିସା ସେବା ପରବର୍ତ୍ତୀ ନୋଟିସ ଯାଏ ବାତିଲ ହୋଇଛି। ବିଏସଏଲ ହେଉଛି ଗୋଟିଏ ଘରୋଇ ସଂସ୍ଥା। ଭିସା ପାଇଁ କାନାଡା ନାଗରିକମାନେ କରୁଥିବା ଆବେଦନର ପ୍ରାଥମିକ ଯାଞ୍ଚ ଏହି ସଂସ୍ଥା କରିଥାଏ। 

ଏହାବାଦ କାନାଡାରେ ରହୁଥିବା ଭାରତୀୟ ଶିକ୍ଷାର୍ଥୀ ଓ ଲୋକଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ବୁଧବାର ସତର୍କତା ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ଏକ୍ସରେ ଏକ ପୋଷ୍ଟ କରି କାନାଡାରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦେଇଥିଲେ।

ଏହାର କିଛି ଘଣ୍ଟା ପୂର୍ବରୁ କାନାଡା ମଧ୍ୟ ତା'ର ନାଗରିକଙ୍କ ପାଇଁ ଏକ ଟ୍ରାଭେଲ୍ ଆଡଭାଇଜରି ଜାରି କରିଥିଲା। ଭାରତକୁ ବୁଲିବାକୁ ଆସୁଥିବା କାନାଡା ନାଗରିକଙ୍କୁ ସତର୍କ ରହିବାକୁ ଜଷ୍ଟିନ ଟ୍ରୁଡୋଙ୍କ ସରକାର ପରାମର୍ଶ ଦେଇଥିଲେ। ଆଜି କାନାଡା ସରକାର ଭାରତରେ କାର୍ଯ୍ୟ କରୁଥିବା ରାଷ୍ଟ୍ରଦୂତଙ୍କ ସଂଖ୍ୟା ସୁରକ୍ଷା କାରଣରୁ ହ୍ରାସ କରାଯିବ ବୋଲି ମଧ୍ୟ କହିଛନ୍ତି। ସୋଶାଲ ମିଡିଆରେ କାନାଡା କୂଟନୀତିଜ୍ଞମାନଙ୍କୁ ଧମକ ମିଳୁଛି। ଭାରତରେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଟ୍ଟାୱା ପକ୍ଷରୁ କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହରଦୀପକୁ ଜୁନ ୧୮ରେ ଦୁଇ ଜଣ ବନ୍ଧୁକଧାରୀ ହତ୍ୟା କରିଥିଲେ। ଏହି ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା RAWର ସମ୍ଭାବ୍ୟ ହାତ ରହିଥିବା ବଳିଷ୍ଠ ଅଭିଯୋଗ ମିଳିଛି ବୋଲି କାନାଡା କହିବା ପରେ ବିବାଦ ଦେଖାଯାଇଛି।

Advertisment
Advertisment