Advertisment

ବିଦେଶ ଯିବାରେ ବିଳମ୍ବ ହେବାରୁ ଜୀବନ ହାରିଲେ ଯୁବକ : ମୃତ୍ୟୁର ଦିନକ ପରେ ଆସିଲା VISA

ଅଧାରେ ରହିଗଲା ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବା ସ୍ୱପ୍ନ ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

କାନାଡା ଯିବା ପାଇଁ ଭିସା ପାଇବାରେ ବିଳମ୍ବ ହେତୁ ରାଗରେ ଜୀବନ ହାରିଦେଲେ ଯୁବକ । ହରିୟାଣାର କୁରୁକ୍ଷେତ୍ରର ନରୱାନାର ଏକ ଶାଖା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ୨୩ ବର୍ଷିୟ ଯୁବକ ବିକେଶ୍‌ । ଶନିବାର ପୋଲିସ ଯୁବକଙ୍କ ଆତ୍ମହତ୍ୟା ସମ୍ପର୍କରେ ସୂଚନା ଦେଇଛି । ତେବେ ଦୁଃଖର କଥା ହେଲା ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ତାଙ୍କ ଘରେ ଭିସା ପହଞ୍ଚି ଯାଇଛି । ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତଦେହ କେନାଲରେ ଭାସୁଥିବା କିଛି ଲୋକ ଦେଖିଥିଲେ ।

Advertisment

କୁରୁକ୍ଷେତ୍ରର ଜାନସା ଗାଁର ବିକେଶ ସାଇନି ଉଚ୍ଚଶିକ୍ଷା ପାଇଁ କାନାଡା ଯିବାକୁ ଚାହୁଁଥିଲେ । ନିକଟରେ ବିକେଶ ସ୍ନାତକ ସମାପ୍ତ କରିଛନ୍ତି । ହେଲେ ଭିସା ମିଳିବାରେ ଖୁବ୍‌ ବିଳମ୍ବ ହୋଇଥିଲା, ଏଥିପାଇଁ ସେ ଚିନ୍ତାରେ ଥିଲେ। ସେପଟେ ତାଙ୍କ ସାଙ୍ଗର ଭିସା ଆସିଯାଇଥିଲା। ଏଥି ପାଇଁ ସେ ଚିନ୍ତାରେ ଥିଲେ।  ତେବେ ଅଗଷ୍ଟ ୧୭ ତାରିଖ ରାତିରେ ବିକାଶ ତାଙ୍କ ଘରୁ ବାହାରି ଗଲେ ଯେ ଆଉ ଫେରିଲେନି । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ସଦସ୍ୟ ପୋଲିସକୁ ଖବର ଦେଇଥିଲେ ।

ଖୋଜାଖୋଜି ପରେ ବିକେଶଙ୍କ ମୋଟରସାଇକେଲ ଏବଂ ଚପଲ ନଦୀ କୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲା ପୋଲିସ୍‌। ପରେ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପୋଷ୍ଟମର୍ଟମ ପରେ ବିକେଶଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ।

Advertisment
Tragic Story
Advertisment
Advertisment