Advertisment

Governor's Decision and Judicial Process: ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ବଡ଼ ପ୍ରଶ୍ନ; ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ ବ୍ୟାପାର ଉପରେ ହସ୍ତକ୍ଷେପ କରିପାରିବେ କି କୋର୍ଟ ?

ତାମିଲନାଡ଼ୁ ରାଜ୍ୟପାଳଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ସର୍ବୋଚ୍ଚ କୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି । ସମ୍ବିଧାନର ଧାରା ୨୦୦ ଓ ୨୦୧କୁ ଉଲ୍ଲେଖ କରି ରାଜ୍ୟପାଳଙ୍କ ଇଚ୍ଛାଧିନ ବ୍ୟାପାର ଉପରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି ।

ଅଦ୍ୟତନ ହୋଇଛି
Governor's Decision and Judicial Process

Governor's Decision and Judicial Process

Advertisment

ରାଜ୍ୟପାଳଙ୍କୁ ବିଲ୍ ପାଇଁ ଦିଆଯାଇଥିବା ସମୟ ସୀମା କେତେ ଯଥାର୍ଥ । ତାମିଲନାଡ଼ୁ ରାଜ୍ୟପାଳଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ସର୍ବୋଚ୍ଚ କୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି । ସମ୍ବିଧାନର ଧାରା ୨୦୦ ଓ ୨୦୧କୁ ଉଲ୍ଲେଖ କରି ରାଜ୍ୟପାଳଙ୍କ ଇଚ୍ଛାଧିନ ବ୍ୟାପାର ଉପରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି । 

Advertisment

ସମ୍ବିଧାନ ଧାରା ୨୦୦ ଅଧୀନରେ ବିଲ୍ ନେଇ ରାଜ୍ୟପାଳଙ୍କ ନିକଟରେ କ’ଣ ସବୁ ବିକଳ୍ପ ରହିଛି ? ରାଜ୍ୟପାଳ ମନ୍ତ୍ରୀ ପରିଷଦର ଉପଦେଶ ମାନିବାକୁ ବାଧ୍ୟ କି ? ଧାରା ୨୦୦ ଅଧୀନରେ ଥିବା ରାଜ୍ୟପାଳଙ୍କ ଇଚ୍ଛାଧୀନ ବ୍ୟାପାରର କରାଯାଇପାରିବ କି ନ୍ୟାୟିକ ସମୀକ୍ଷା ? ଧାରା ୨୦୦ ଅଧୀନରେ ରାଜ୍ୟପାଳଙ୍କ କାର୍ଯ୍ୟକଳାପର ନ୍ୟାୟିକ ଯାଂଚ ଉପରେ ନିଷେଦ୍ଧାଦେଶ ଲଗାଇ ପାରିବ କି ଧାରା ୩୬୧ । ରାଜ୍ୟପାଳଙ୍କୁ ନିଜ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଓ ପ୍ରକ୍ରିୟା ଧାର୍ଯ୍ୟ କରିପାରିବ କି ନ୍ୟାୟାଳୟ ? ବୋଲି ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି ।

ଅଧିକ ପଢ଼ନ୍ତୁ: ବଢୁଛି ମହିଳା ବିରୋଧୀ ହିଂସା... ସରକାରଙ୍କୁ ଅଡୁଆରେ ପକାଉଛନ୍ତି ବିରୋଧୀ

Advertisment

ସେହିପରି, ଧାରା ୨୦୧ ଅଧିନରେ ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ ବ୍ୟାପାର ଉପରେ ହସ୍ତକ୍ଷେପ କରିପାରିବେ କି କୋର୍ଟ । ରାଷ୍ଟ୍ରପତିଙ୍କୁ ନିଜ ଇଚ୍ଛାଧୀନ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଓ ପ୍ରକ୍ରିୟା ଧାର୍ଯ୍ୟ କରିପାରିବ କି ନ୍ୟାୟାଳୟ । ରାଜ୍ୟପାଳଙ୍କ ଠାରୁ ଆସିଥିବା ବିଲ୍ ନେଇ ନିଷ୍ପତ୍ତି ନେବା ବେଳେ ସୁପ୍ରିମକୋର୍ଟଙ୍କ ମତ ନେବାକୁ ବାଧ୍ୟ କି ରାଷ୍ଟ୍ରପତି । ରାଜ୍ୟପାଳ ଓ ରାଷ୍ଟ୍ରପତି ନେଉଥିବା ନିଷ୍ପତ୍ତି ଆଇନତଃ ଯୁକ୍ତି ସଂଗତ ବୋଲି ପୂର୍ବରୁ ଦର୍ଶାଇବାକୁ ପଡ଼ିବ କି ବୋଲି ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି ।

ଅନ୍ୟପଟେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କ୍ଷମତାକୁ ନ୍ୟାୟିକ ବ୍ୟବସ୍ଥା ବଦଳାଇ ପାରିବ କି । ରାଜ୍ୟପାଳଙ୍କ ବିନା ଅନୁମୋଦନରେ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହୋଇପାରିବ କି । ସମ୍ବିଧାନିକ ବ୍ୟବସ୍ଥାକୁ ବିରୋଧ କରୁଥିବା ଭଳି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇପାରିବେ କି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ବିବାଦକୁ ଧାରା ୧୩୧ ଅନୁଯାୟୀ ସମାଧାନ କରିବାକୁ କୋର୍ଟଙ୍କୁ ସମ୍ବିଧାନ ଅଧିକାର ଦେଇଛି କି ବୋଲି କଡ଼ା ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି । 

Advertisment
Supreme Court President President Of India Droupadi Murmu President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ