• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୌନ ଇଚ୍ଛାକୁ କାବୁରେ ରଖିବା ପାଇଁ ଝିଅମାନଙ୍କୁ କୋର୍ଟଙ୍କ ପରାମର୍ଶ । ଦୁଇ ମିନିଟର ଦୈହିକ ସୁଖ ପାଇଁ ନିଜ ଜୀବନକୁ ଘନ ଅନ୍ଧାର ଭିତରକୁ ଠେଲି ଦିଅନ୍ତୁ ନାହିଁ । କଲିକତା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କିଶୋରୀ ଝିଅମାନେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ସେହିପରି କିଶୋର ପୁଅମାନେ ମଧ୍ୟ ଯୁବତୀ ଏବଂ ମହିଳାଙ୍କୁ ସମ୍ମାନ ଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି କୋର୍ଟ ।

ଜଷ୍ଟିସ ଚିତ୍ତ ରଂଜନ ଦାସ ଏବଂ ଜଷ୍ଟିସ ପାର୍ଥ ସାରଥୀ ସେନଙ୍କ ବେଞ୍ଚ ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଆରୋପୀଙ୍କୁ ଖଲାସ କରିବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି । ଗତବର୍ଷ ଅଭିଯୁକ୍ତ ନାବାଳକକୁ ପୋକ୍ସୋ ଆକ୍ଟ ଅନୁସାରେ ୨୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ନାବାଳକ ଜଣକ ଏହା ବିରୋଧରେ ଯାଇ ହାଇକୋର୍ଟରେ ଅପିଲ କରିଥିଲେ ।

କ’ଣ ଥିଲା ପୂରା ମାମଲା ?

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜଣେ ଯୁବକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଯୁବକ ଜଣକ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ଜଣାପଡ଼ିଥିଲା । ନାବାଳିକା ଜଣକ ନିଜେ କୋର୍ଟରେ କହିଥିଲେ, ସେ ତାଙ୍କ ଇଚ୍ଛାରେ ନାବାଳକଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ସେମାନେ ସାବାଳକ ହେବା ପରେ ସମ୍ପର୍କକୁ ଆଉ ପାଦେ ଆଗେଇ ନେଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧିହେବେ ।

ଏହାକୁ ଘଟଣାକୁ ନେଇ କୋର୍ଟ କହିଛନ୍ତି, ପ୍ରତ୍ୟେକ କିଶୋରୀଙ୍କ ଦାୟିତ୍ୱ ତଥା କର୍ତ୍ତବ୍ୟ ହେଉଛି ସେମାନେ ନିଜର ଅଧିକାରକୁ ରକ୍ଷା କରନ୍ତୁ । ନିଜର ଗରିମା ଏବଂ ଆତ୍ମ ସମ୍ମାନକୁ ରକ୍ଷା କରନ୍ତୁ । ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ନିଜର ବିକାଶ ପାଇଁ ପ୍ରୟାସ କରନ୍ତୁ ।

ସେହିପରି ପୁରୁଷଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି କୋଲକତା ହାଇକୋର୍ଟ । ଯୁବତୀ ହୁଅନ୍ତୁ କି ମହିଳା, ପୁରୁଷ ସେମାନଙ୍କୁ ସମ୍ମାନ କରିବା ଆବଶ୍ୟକ । ପୁରୁଷମାନେ ନିଜ ମନ ତଥା ମସ୍ତିସ୍କକୁ ଏହିପରି ଭାବେ ପ୍ରଶିକ୍ଷିତ କରିବା ଉଚିତ, ଯଦ୍ୱାରା ମହିଳାଙ୍କ ପ୍ରତି ତାଙ୍କର ସମ୍ମାନ ଭାବ ଉଦ୍ରେକ ହେବ ।