/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658126120.jpg)
Bus Falls Into Narmada River In Madhya Pradesh
ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍। ୫୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନଦୀକୁ ଖସି ପଡ଼ିଛି। ଆଜି ସକାଳୁ ସକାଳୁ ମଧ୍ୟପ୍ରଦେଶରେ ଏହି ଅଘଟଣ ଘଟିଛି। ଖରଗୋନ୍ ଓ ଧାର ଜିଲ୍ଲା ସୀମା ଖାଲଘାଟ ନିକଟ ନର୍ମଦା ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି।
ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଯାତ୍ରୀବାହୀ ବସ୍ଟି ନଦୀକୁ ଖସି ପଡ଼ିଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ବର୍ତ୍ତମାନ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ୧୨ରୁ ଅଧିକ ଯାତ୍ରୀ ପାଣି ଭିତରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।
ପୋଲ ବାଡ଼ ଭାଙ୍ଗି ବସ୍ଟି ନଦୀକୁ ଖସି ପଡ଼ିଥିଲା ବୋଲି ଉଦ୍ଧାର ହୋଇଥିବା ଯାତ୍ରୀ କହିଛନ୍ତି।
12 people dead, 15 rescued after a Maharashtra Roadways bus going from Indore to Pune falls off Khalghat Sanjay Setu in Dhar district, says Madhya Pradesh minister Narottam Mishra. pic.twitter.com/h4FuW2B3Ch
— ANI MP/CG/Rajasthan (@ANI_MP_CG_RJ) July 18, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)