/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688465237.jpg)
Droupadi Murmu
ଆଷାଢ଼ ପୂର୍ଣ୍ଣିମା ଅବସରରେ ପାଳିତ ହୋଇଛି ଧର୍ମଚକ୍ର ପରିବର୍ତ୍ତନ ଦିବସ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଇଣ୍ଟରନାସନାଲ ବୁଦ୍ଧିଷ୍ଟ ଫେଡେରେସନ୍ ପକ୍ଷରୁ ନୂଆଦିଲ୍ଲୀରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭିଡିଓ କନଫରେନ୍ସିଂରେ ଯୋଗଦେଇ ଦେଇ ଗୌତମ ବୁଦ୍ଧଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।
Advertisment
ଗୌତମ ବୁଦ୍ଧଙ୍କ ଶିକ୍ଷା ଯୁବପିଢ଼ିଙ୍କୁ ପ୍ରେରଣା ଦେବା ସହ ଶାନ୍ତିପ୍ରିୟ ସମାଜ, ଦେଶ ଓ ବିଶ୍ୱ ଗଠନ ପାଇଁ ସହାୟକ ହେବ ବୋଲି ମତ ରଖିଥିଲେ । ଶୀଳ, ସଦାଚାର ଓ ପ୍ରଜ୍ଞାକୁ ପାଳନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)