• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କପି ପାଇଁ ଆତ୍ମହତ୍ୟା କଲେ ଛାତ୍ରୀ । କପି କରି ଧରାପଡ଼ିବା ପରେ ଲାଜରେ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଛତିଶଗଡ଼ର ବିଲାସପୁରରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ବିଏସ୍‌ସି କରୁଥିବା ଜଣେ ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଶାସକୟ ଯମୁନା ପ୍ରସାଦ କଲେଜରେ ପାଠ ପଢ଼ୁଥିଲେ । ପରୀକ୍ଷାରେ କପି କରି ଧରାପଡ଼ିବା ପରେ ସେ ବହୁତ ଚାପରେ ଥିଲେ । ଏପ୍ରିଲ ୬ରେ ଭରନୀ ରାସ୍ତା ନିକଟରେ ଛାତ୍ରୀଙ୍କ ମୃତଦେହ ମିଳିଥିଲା।

ମୃତକ ଜଣକ ବିଏସସି ଦ୍ୱିତୀୟ ବର୍ଷର ଛାତ୍ରୀ । ମୂଳତଃ ପଥରିଆ ଅଞ୍ଚଳର ଗଙ୍ଗଦ୍ୱାରୀର ବାସିନ୍ଦା ନେହା ଟଣ୍ଡନ୍ । ସେ ଚନ୍ଦେଲା ନଗରସ୍ଥିତ ନିଜ ବଡ଼ ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ । ଗତ ବୁଧବାର ଥିଲା ଛାତ୍ରୀଙ୍କ ବିଏସସି ପରୀକ୍ଷା । ହେଲେ ପରୀକ୍ଷା ଚାଲିଥିବା ବେଳେ ତାଙ୍କୁ କପି ସହ ଧରି ପକାଇଥିଲେ କଲେଜ୍‌ ଷ୍ଟାଫ୍‌ । ଏହା ପରେ କଲେଜ ପ୍ରଶାସନ ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ।

ହେଲେ ତାଙ୍କୁ ପୁଣି ଘରୁ ସ୍କୁଲକୁ ଡକାଯାଇ କ୍ଷମା ପ୍ରାର୍ଥନା ପତ୍ର ଲେଖିବାକୁ କୁହାଯାଇଥିଲା ଏବଂ ସେଥିରେ ଦସ୍ତଖତ କରିବାକୁ କୁହାଯାଇଥିଲା । ଏସବୁ ଅପମାନ ସହିନପାରି ଛାତ୍ରୀ ଆତ୍ମହତ୍ୟାକୁ ବାଛି ନେଇଥିଲେ । ଏଥିପାଇଁ ବୁଧବାର ଅପରାହ୍ନରେ ନେହା ଭାଇଭ ଉଣୀଙ୍କୁ ନ ଜଣାଇ ଘରୁ ବାହାରକୁ ଯାଇଥିଲେ । ଅନେକ ସମୟ ଧରି ସେ ଘରକୁ ନଫେରିବା ପରେ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏହା ପରେ ପରିବାର ସଦସ୍ୟ ଘଟଣା ସମ୍ପର୍କରେ ପୋଲିସ୍‌କୁ ଜଣାଇଥିଲେ ।

ପୋଲିସ୍‌ ମଧ୍ୟ ନେହାଙ୍କୁ ଖୋଜାଖୋଜି କରିଥିଲେ । ତା’ପରେ ଏପ୍ରିଲ ୬ ଏକ ରାସ୍ତା କଡ଼ରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିଥିଲେ କିଛି ଲୋକ । ଘଟଣା ସମ୍ପର୍କରେ ଥାନାକୁ ଫୋନ୍‌ କରି ଖବର ଦେବା ପରେ ଏତଲା ରୁଜୁ କରି ପଚରାଉଚରା ଆରମ୍ଭ କରିଛି ପୋଲିସ୍ ।

OTV is now on Whatsapp

Join and get latest news update delivered to you via whatsapp

Join Now