Advertisment

ପ୍ରଚାର ବେଳେ ବିଆରଏସ ସାଂସଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଯାଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ)ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କୁ ଛୁରାମାଡ଼ କରିଛି ଜଣେ ଦୁର୍ବୃତ୍ତ।

author-image
Santosh Kumar Sahoo
BRS MP

BRS MP

ତେଲେଙ୍ଗାନା ବିଧାନସଭା ନିର୍ବାଚ ପୂର୍ବରୁ ଦେଖାଦେଲାଣି ହିଂସା । ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଯାଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ)ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କୁ ଛୁରାମାଡ଼ କରିଛି ଜଣେ ଦୁର୍ବୃତ୍ତ। ସିଦ୍ଧ ଦୀପ ଜିଲ୍ଲାର ଦୌଲାତାବାଦ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ପ୍ରଚାର ବେଳେ ତାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଛୁରୀରେ ଆକ୍ରମଣ କରିଥିଲା। ଆହତ ଅବସ୍ଥାରେ ପ୍ରଥମେ ତାଙ୍କୁ ଗେଜଓ୍ୱାଲ ମେଡିକାଲକୁ ନିଆଯାଇଥିଲା ।

Advertisment

ସେଠାରେ ପ୍ରାଥମିକ ଚିକିତ୍ସା ପରେ ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କୁ ବିଶାଖାପଟନମର ଯଶୋଦା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ସେପଟେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଲୋକେ କାବୁ କରି ପୋଲିସରେ ଜିମା ଦେଇଛନ୍ତି।

Advertisment
India
Advertisment
Advertisment