Advertisment

ଘୋର କଳିକାଳ ! ଟଙ୍କା ପାଇଁ ଭଉଣୀକୁ ବାହା ହେଲା ଭାଇ

ତ୍ତରପ୍ରଦେଶର ଫିରୋଜାବାଦରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ମିଳୁଥିବା ଟଙ୍କା ପାଇଁ ନିଜ ଭଉଣୀକୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
marriage

marriage

ଫିରୋଜାବାଦ : ଟଙ୍କା ପାଇଁ ତଳକୁ ଖସିଗଲେ ଭାଇଭଉଣୀ । ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଭାଉଭଉଣୀ ବିବାହ କରିଛନ୍ତି । ଉତ୍ତରପ୍ରଦେଶର ଫିରୋଜାବାଦର ତୁଣ୍ଡଲା ଠାରେ ଆୟୋଜିତ ହୋଇଥିବା ସାମୁହିକ ବିବାହ ସମାରୋହରେ ଏପରି ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା ଅଧୀନରେ ଆୟୋଜିତ ଏହି ବିବାହ ସମାରୋହରେ ଜଣେ ଭାଇ ଭଉଣୀ ବିବାହ କରି ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ତେବେ ଅନୁସନ୍ଧାନ ପରେ ଏହି ଘଟଣା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା ଅନୁସାରେ ମିଳୁଥିବା ୩୫ ହଜାର ଟଙ୍କାର ଲୋଭରେ ସେମାନେ ଏପରି କରିଥିବା ଜଣାପଡ଼ିଛି ।

Advertisment

ଫିରୋଜାବାଦ ସ୍ଥିତ ଟୁଣ୍ଡଲାରେ ଶନିବାର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନାରେ ନିଜ ଭଉଣୀକୁ ବିବାହ କରିଛନ୍ତି । ସାମୁହିକ ବିବାହ ଯୋଜନାରେ ମିଳୁଥିବା ୩୫ ହଜାର ଟଙ୍କା ଏବଂ ସାମଗ୍ରୀର ଲୋଭରେ ଉଭୟ ଏପରି କରିଛନ୍ତି ବୋଲି ଜଣାପଡ଼ିଛି । ବିବାହ ସମାରୋହରେ କିଛି ନବ ବିବାହିତ ଦମ୍ପତିଙ୍କ ଭିଡିଓ ଏବଂ ଫଟୋ ସେହି ଅଞ୍ଚଳର ଲୋକ ଏବଂ ଗାଁ ମୁଖିଆଙ୍କ ନିକଟରେ ପହଞ୍ଚିଥିଲା । ହେଲେ ଭାଇଭଉଣୀଙ୍କୁ ବରବଧୂ ବେଶରେ ଦେଖି ମୁଖିଆଙ୍କ ହୋସ୍ ଉଡ଼ିଯାଇଥିଲା । ଅନୁସନ୍ଧାନ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ଏହା ପରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ଅନେକ ସରକାର ଅଧିକାରୀ ମଧ୍ୟ ସ୍କାନରରେ ଆସିଛନ୍ତି ।

ସରକାରୀ ଅଧିକାରୀଙ୍କ ମୁଣ୍ଡରେ ଖଣ୍ଡା

ଶନିବାର ଦିନ ତୁଣ୍ଡଲାର ବ୍ଲକ ବିକାଶ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମାରୋହରେ ତୁଣ୍ଡଲା ପୌରପାଳିପା, ତୁଣ୍ଡଲା ବ୍ଲକ ଏବଂ ନରଖୀ ବ୍ଲକର ୫୧ ଯୋଡ଼ା ଦମ୍ପତି ବିବାହ କରିଥିଲେ। ଏହି ସମାରୋହରେ ସମସ୍ତ ଦମ୍ପତିଙ୍କୁ ଟଙ୍କା ସହିତ, ଘରୋଇ ଜିନିଷ ଏବଂ ବସ୍ତ୍ର ଇତ୍ୟାଦି ଯୋଗାଇ ଦିଆଯାଇଥିଲା। ହେଲେ ବିନା ଯାଂଚରେ ଭାଉଭଉଣୀଙ୍କୁ କିପରି ବିବାହ ସମାରୋହରେ ସାମିଲ ହେବାକୁ ଦିଆଗଲା ବୋଲି ପ୍ରଶ୍ନ ଉଠିଛି ।

Advertisment

ଏହି ମାମଲାର ଯାଂଚ ପରେ ସାମାଜିକ କଲ୍ୟାଣ ବିଭାଗର ସହକାରୀ ବିକାଶ ଅଧିକାରୀ ଚନ୍ଦ୍ରବାନ୍ ସିଂ ଅଭିଯୁକ୍ତ ଭାଇଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏଥିସହ ଗ୍ରାମ ପଞ୍ଚାୟତ ସଚିବ ମରାସେନା କୁଶଲପାଲ, ଗ୍ରାମ ପଞ୍ଚାୟତ ସଚିବ ଅନୁରାଗ ସିଂ, ଏଡିଏ ସମବାୟ ସମିତି ସୁଧୀର କୁମାର, ଏଡିଏ ସାମାଜିକ କଲ୍ୟାଣ ବିଭାଗ ଚନ୍ଦ୍ରବାନ୍ ସିଂଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି । ସନ୍ତୋଷଜନକ ଉତ୍ତର ନମିଳିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Firozabad
Advertisment
Advertisment