• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରୁଷି ସୁନକ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ । ତାଙ୍କ ଶାଶୁ ସୁଧାମୂର୍ତ୍ତିଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି । ବର୍ତ୍ତମାନ ସୁଧାମୂର୍ତ୍ତି ତାଙ୍କର ପ୍ରତିକ୍ରିୟାକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଏକ ଭିଡିଓରେ ସୁଧାମୂର୍ତ୍ତି ନିଜ ଝିଅଙ୍କୁ ପ୍ରଶଂସା କରିଥିବାବେଳେ ରୁଷି ସୁନକ ତାଙ୍କ ଝିଅଙ୍କ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ସେ କହିଛନ୍ତି ।

ଇନ୍‌ଫୋସିସ୍ ଟେକ୍ କମ୍ପାନୀର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧାମୁର୍ତ୍ତୀ । ସେ କହିଛନ୍ତି ଯେ ମୁଁ ମୋ ସ୍ୱାମୀଙ୍କୁ ଜଣେ ବ୍ୟବସାୟୀ କରିଛି । ସେହିଭଳି ମୋ ଝିଅ ତାଙ୍କ ସ୍ୱାମୀଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ କରିଛନ୍ତି । ସେ ତାଙ୍କ ପତ୍ନୀ ହେତୁ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ଗତ ଗୁରୁବାର ଦିନ ସୁଧାମୂର୍ତ୍ତି ଏହା କହିଛନ୍ତି । ଅକ୍ଷତା ମୂର୍ତ୍ତି ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ୨୦୦୯ରେ ବିବାହ କରିଥିଲେ । ପ୍ରସିଦ୍ଧ ଟେକ୍ କମ୍ପାନୀ ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ହେଉଛନ୍ତି ଅକ୍ଷତା ମୂର୍ତ୍ତି । ସୁଧା ମୂର୍ତ୍ତି ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅ ରୁଷି ସୁନକଙ୍କ ଜୀବନକୁ ଅନେକାଂଶରେ ପ୍ରଭାବିତ କରିଛନ୍ତି । ବିଶେଷ କରି ତାଙ୍କର ଖାଇବା ଅଭ୍ୟାସକୁ ପରିବର୍ତ୍ତନ କରିଛନ୍ତି ଅକ୍ଷତା ।

ଗୁରୁବାର ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ । ଗୁରୁବାର ଠାରୁ ଆମେ ସମସ୍ତ ଶୁଭକାର୍ଯ୍ୟ ଆରମ୍ଭ କରିଥାଉ । ଗୁରୁବାର ମଧ୍ୟ ଆମେ ନିଜ କମ୍ପାନୀ ଆରମ୍ଭ କରିଛୁ । ମୋ ଝିଅ ରୁଷିଙ୍କୁ ବିବାହ କରିବା ପରେ ଦିନେ ମୋତେ ଏନେଇ ପ୍ରଶ୍ନ କରିଥିଲେ । କାହିଁକି ତୁମେ ସବୁକିଛି ଗୁରୁବାର ଆରମ୍ଭ କର ବୋଲି କହିଥିଲେ ।

ଆମେମାନେ ପ୍ରତ୍ୟେକ ଗୁରୁବାର ଦିନ ଉପବାସ କରିଥାଉ । କିନ୍ତୁ ରୁଷି ସୁନକଙ୍କ ପୂର୍ବପୁରୁଷମାନେ ଗତ ୧୫୦ ବର୍ଷ ଧରି ଇଂଲଣ୍ଡରେ ରହୁଥିଲେ । ସେମାନେ ସୋମବାର ଦିନ ଉପବାସ କରନ୍ତି । ହେଲେ ମୋ ଝିଅଙ୍କୁ ରୁଷି ସୁନକ ବିବାହ କରିବା ପରେ ଗୁରୁବାର ଉପବାସ କରୁଛନ୍ତି । ତେଣୁ ଏସବୁ କିଛି ମୋ ଝିଅ ପାଇଁ ହୋଇପାରିଛି ବୋଲି ସୁଧାମୂର୍ତ୍ତି କହିଛନ୍ତି ।