• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ପୂର୍ବରୁ କନ୍ୟାଙ୍କ ଗର୍ଭ ପରୀକ୍ଷା (pregnancy tests) ପରେ ଉଠୁଛି ପଡ଼ୁଛି ମଧ୍ୟପ୍ରଦେଶ ରାଜନୀତି । ଡିଣ୍ଡୋରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ (mass marriage) ଯୋଜନା (Mukhyamantri Kanya Vivah Yojana) ଅଧିନସ୍ଥ ହେଉଥିବା ବିବାହରେ ମେଡିକାଲ ଚେକ୍‌ ଅପ୍‌ ନାଁରେ ଗର୍ଭ ପରୀକ୍ଷା କରାଯାଇଛି । ଆଉ ଏହି ଘଟଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ସ୍ଥାନୀୟ କଂଗ୍ରେସ ବିଧାୟକ ଏହାକୁ ବିରୋଧ କରିଛନ୍ତି ।

ଡିଣ୍ଡୋରି ଜିଲ୍ଲାରେ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇବା ପାଇଁ ଅନେକ ଲୋକ ଆବେଦନ କରିଥିଲେ । ସେଥିମଧ୍ୟରୁ ୨୧୯ ଜଣଙ୍କ ଆବେଦନକୁ ଅନୁମୋଦନ କରାଯାଇଥିଲା । ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କ ନାମ ତାଲିକାରୁ ହଟାଇ ଦିଆଯାଇଛି । କଂଗ୍ରେସ ଏହାକୁ ଗୋପନୀୟତାର ଉଲ୍ଲଂଘନ ବୋଲି କହିଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ତୀବ୍ର ହୋଇଛି ।

ଏହି ଘଟଣା ପରେ ବଛଡ଼ ଗାଁର ସରପଞ୍ଚ ମେଦାନୀ ମରାବି କହିଛନ୍ତି, "ଏଭଳି ପରୀକ୍ଷା ପୂର୍ବରୁ କୌଣସି ଥର କରାଯାଇ ନଥିଲା । ବିବାହ ପୂର୍ବରୁ ଗର୍ଭ ପରୀକ୍ଷା ଝିଅଙ୍କ ପ୍ରତି ଅପମାନ । ଯେଉଁ ମାନଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି, ସେମାନେ ବର୍ତ୍ତମାନ ନିଜ ପରିବାର ଆଗରେ ଅପମାନିତ ହୋଇଛନ୍ତି।"

ସେପଟେ ଡିଣ୍ଡୋରିର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରମେଶ ମରାବି ମଧ୍ୟ ଏସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସାଧାରଣତଃ ବୟସ, ରକ୍ତହୀନତା ଏବଂ ରୋଗ ସମ୍ପର୍କରେ ଜାଣିବା ପାଇଁ ପରୀକ୍ଷା କରାଯାଏ । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁସାରେ କନ୍ୟାଙ୍କର ଗର୍ଭପରୀକ୍ଷା କରାଯାଇଥିଲା, ଯାହାର ସନ୍ଦେହଜନକ ଥିଲା।

ଆଉ ସେ କହିଛନ୍ତି, "ଆମେ କେବଳ ପରୀକ୍ଷା କରି ବିଭାଗକୁ ରିପୋର୍ଟ ପ୍ରଦାନ କରିଥାଉ । ଗଣ ବିବାହ ଯୋଜନାରେ କନ୍ୟାକୁ ବାଦ୍‌ ଦେବା ନିଷ୍ପତ୍ତି ସ୍ୱାସ୍ଥ୍ୟ ବିଭାଗର । ’

ଅନ୍ୟପଟେ କଂଗ୍ରେସ ଅଭିଯୋଗ କରିଛି , ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାର ଗର୍ଭ ପରୀକ୍ଷା କରି ମହିଳାଙ୍କୁ ଅପମାନିତ କରିଛନ୍ତି । ବିରୋଧୀ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହୁଁଛି, ଏହି ଘଟଣା କ’ଣ ସତ । ଏକଥା ସତ ହେଲେ ଖୁବ ନିନ୍ଦନୀୟ ନିଶ୍ଚୟ । କେଉଁ ଉଦ୍ଦେଶ୍ୟରେ ମହିଳାମାନଙ୍କୁ ଅପମାନିତ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।