• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାଜିଥା’ନ୍ତା ବାଜା... ଫୁଟିଥା’ନ୍ତା ବାଣ... ଡିଜେ ବଜାଇ, ବରଯାତ୍ରୀ ସହ ଆସିଥା’ନ୍ତା ବର... ଜୀବନସାଥୀକୁ ଚାହିଁ ବସିଥିଲା କନ୍ୟା... ସେପଟେ ନିଜର ସାଥୀକୁ ପାଖରେ ପାଇବାକୁ ବର ହେଉଥିଲା ଆତୁର । ହେଲେ ମାତ୍ର ଗୋଟିଏ ଦିନ ପୂର୍ବରୁ ହୋଇଗଲା ସବୁ ଏପଟ ସେପଟ । ବାହାଘର ପୂର୍ବଦିନର ସେହି କଳାଘଟଣା ସବୁ କରିଦେଲା ସବୁ ଅନ୍ଧାର । ଯେଉଁ ଝିଅ ମୁଣ୍ଡରେ ନୂଆ ଓଢ଼ଣୀ ଦେଇ ସିନ୍ଦୂରକୁ ଅପେକ୍ଷା କରିଥିଲା... ସେ ହେଲା ଦୁଷ୍କର୍ମର ଶିକାର । ତା’ର ସବୁ କିଛି ଲୁଟ୍‌ ହୋଇଗଲା, ସିନ୍ଦୂର ନାଇବାର ଗୋଟିଏ ଦିନ ପୂର୍ବରୁ...

ଏପରି ଏକ ଦୁଃଖଦ ଖବର ଆସିଛି ଭୋପାଳ ଅଞ୍ଚଳରୁ । ରାୱା ଜିଲ୍ଲାରେ ଘଟିଛି ଏ ନୃଶଂସ ଘଟଣା । ସୂଚନା ଅନୁସାରେ ବିବାହ କରିବାକୁ ଥିବା ୨୩ ବର୍ଷୀୟ ଜଣେ ଯୁବତୀଙ୍କ ସହ ଘଟିଯାଇଛି ଏପରି କିଛି । ଡିସେମ୍ବର ୩ ତାରଖରେ ତାଙ୍କ ବିବାହ ସ୍ଥିର କରାଯାଇଥିଲା । ହେଲେ ଡିସେମ୍ବର ୨ ତାରିଖରେ ଅର୍ଥାତ୍‌ ବାହାଘରର ଗୋଟିଏ ଦିନ ପୂର୍ବରୁ କନ୍ୟା ଜଣଙ୍କୁ ଦୁଷ୍କର୍ମ କରାଯାଇଥିଲା । ଯାହାକୁ ଜାଣିବା ପରେ ବରଘର ପକ୍ଷରୁ ବିବାହକୁ ଭାଙ୍ଗି ଦେଇଥିଲେ ।

ସେପଟେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଧମକ ଦେଇଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ ନକହିବାକୁ କହିଥିଲେ । ହେଲେ ପୀଡ଼ିତା ଜଣକ ପ୍ରଥମେ ଏ ସମ୍ପର୍କରେ ତାଙ୍କ ବାପା-ମା’ଙ୍କୁ କହିଥିଲେ । ପରେ ଏହି ପରିବାର ଥାନାରେ ଏନେଇ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହିତ ଜାନୁଆରୀ ୨୪ ତାରିଖରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ପରେ ତାକୁ ଜେଲ୍‌ ପଠାଇଦିଆଯାଇଛି ।

ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାର ଅଭିଯୋଗକୁ ମାସେ ବିତିଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ଯାକୁ ନେଇ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।