/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703753056.jpg)
Viral video
ବିବାହ ଚାଲିଛି .. ମନ୍ତ୍ର ଫୁଙ୍କା ହେଉଛି । ଘଣ୍ଟ ଘଣ୍ଟା ବାଜୁଛି । କିନ୍ତୁ କନ୍ୟା ଜଣକ ଶୋଇ ପଡ଼ିଛନ୍ତି । ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ମଝିରେ ଶୋଇ ପଡ଼ିଛି କନ୍ୟା । ଦେଖନ୍ତୁ ତଳେ ଥିବା ଭିଡ଼ିଓକୁ । ବିବାହ ମଝିରେ ହିଁ କେମିତି କନ୍ୟା ଜଣକ ଢୁଳଉଛନ୍ତି । ଏବଂ ତାଙ୍କର ସ୍ୱାମୀ ନିଦ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।\
ଭିଡ଼ିଓଟି ରାଜସ୍ଥାନର ବୋଲି କୁହା ଯାଉଛି । ପରମ୍ପରିକ ରାଜସ୍ଥାନୀ ହିନ୍ଦୁ ବିବାହ ଚାଲିଛି । ହିନ୍ଦୁ ବିବାହରେ ଯାବତୀୟ କର୍ମ କର୍ମାଣୀ ହୋଇଥାଏ । ଫଳରେ ବର କନ୍ୟାଙ୍କ ସହ ପରିବାର ଲୋକେ ମଧ୍ୟ ଥକି ଯାଆନ୍ତି । ଏଣୁ କନ୍ୟାଟି ମଧ୍ୟ ଥକି ଯାଇଥିବା ଅନୁମାନ କରା ଯାଇପାରେ ।
ତେବେ ଇଣ୍ଟରନେଟରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି କେହି ୟୁଜର୍ସ ଏହାକୁ ପ୍ରେମ ଓ ଭଲ ପାଇବାର ଅପୂର୍ବ ନିଦର୍ଶନ ବୋଲି କହୁଥିବା ବେଳେ, କେହି କେହି ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି । ତେବେ ଅନେକ ୟୁଜର୍ସ ସ୍ୱାମୀଙ୍କର ଏପରି କାର୍ଯ୍ୟକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)