Advertisment

ବାହା ହେଲେ, କିନ୍ତୁ ସାଙ୍ଗରେ ଗଲେନି; ଯୁବତୀ କହିଲେ- ‘ବର ତ...’

ରୀତିନୀତି ଅନୁସାରେ ରାତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା, ହେଲେ ସକାଳ ହେଲା ବେଳକୁ ସବୁକିଛି ଓଲଟପାଲଟ ହୋଇଗଲା। ବିବାହର କିଛି ଘଣ୍ଟା ପରେ ନବବିବାହିତା ନିଜ ନୂଆ ଜୀନବସାଥୀ ସହ ସମ୍ପର୍କ ତୁଟାଇ ଦେଇଥିଲେ।

author-image
Rajalaxmi Sahoo
Bride Broke The Marriage In Uttar Pradesh

Bride Broke The Marriage In Uttar Pradesh

ରୀତିନୀତି ଅନୁସାରେ ରାତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା, ହେଲେ ସକାଳ ହେଲା ବେଳକୁ ସବୁକିଛି ଓଲଟପାଲଟ ହୋଇଗଲା। ବିବାହର କିଛି ଘଣ୍ଟା ପରେ ନବବିବାହିତା ନିଜ ନୂଆ ଜୀନବସାଥୀ ସହ ସମ୍ପର୍କ ତୁଟାଇ ଦେଇଥିଲେ। ଆଉ ଶାଶୁ ଘରକୁ ଯିବାକୁ ରୋକଠୋକ୍‌ ମନା ମଧ୍ୟ କରି ଦେଇଥିଲେ। ଉତ୍ତରପ୍ରଦେଶର ବାରଣାସୀରେ ଏଭଳି ଘଟଣା ଘଟିଛି। ଯୁବତୀ ଜଣକ ହଠାତ୍‌ କାହିଁକି ଏଭଳି ନିଷ୍ପତ୍ତି ନେଲେ ? ଏହା ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। 

Advertisment

ସୂଚନା ଅନୁସାରେ, ରବିବାର ଦିନ କାଦିପୁର ଖୁର୍ଦ ଗାଁର ଚୌହାନ ବସ୍ତିରେ ଏହି ବିବାହ ହୋଇଥିଲା। ଗାଁର ରାଜା ବାବୁ ଚୌହାନଙ୍କ ଝିଅ କାଜଲଙ୍କ ବିବାହ ସଞ୍ଜୟ ଚୌହାନଙ୍କ ସହ ସ୍ଥିର ହୋଇଥିଲା। ସଞ୍ଜୟ ବାଣ ଫୁଟାଇ ବରଯାତ୍ରୀ ଧରି ଖୁର୍ଦ ଗାଁରେ ପହଞ୍ଚିଥିଲେ। ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଏପରିକି କାଜଲ ଓ ସଞ୍ଜୟ ସାତ ଫେରା ମଧ୍ୟ ନେଇଥିଲେ। ହେଲେ ଏହା ପରଦିନ ଅର୍ଥାତ୍‌ ସୋମବାର ଦିନ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା। ବିଦାୟୀ ବେଳେ ଯେତେବେଳେ ସବୁ ଜିନିଷ ଗାଡ଼ିରେ ରଖା ଯାଉଥିଲା, ଏହି ସମୟରେ କାଜଲ, ସଞ୍ଜୟଙ୍କ ସହ ଯିବାକୁ ମନା କରି ଦେଇଥିଲେ। ଏହାପରେ ସମସ୍ତଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ସଞ୍ଜୟଙ୍କ ବୟସ ଅଧିକ ହୋଇଥିବାରୁ କାଜଲ ତାଙ୍କ ସହ ଯିବାକୁ ମନା କରି ଦେଇଥିଲେ। ଏହାସହ ସେ ଏହି ବିବାହକୁ ଭାଙ୍ଗିବାକୁ ଚାହୁଁଥିଲେ। 

ପରିସ୍ଥିତି ଏପରି ହୋଇଥିଲା ଯେ, ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଜୋରରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ଘଟଣା ଯାଇ ଥାନାରେ ପହଞ୍ଚିଥିଲା ଓ ପଞ୍ଚାୟତ ବସିଥିଲା। ନବବିବାହିତାଙ୍କୁ ବୁଝାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା। ହେଲେ ତାଙ୍କର ଜିଦ୍‌ ଆଗରେ ସବୁକିଛି ଫେଲ୍‌ ମାରିଥିଲା। ଶେଷରେ ନବବଧୂକୁ ସାଙ୍ଗରେ ନେବା ବଦଳରେ ଘରକୁ ଏକାକୀ ଘରକୁ ଫେରିଥିଲା ବର। 

Advertisment
Uttar Pradesh Marriage
Advertisment
Advertisment