Advertisment

ବରକନ୍ୟାକୁ ବସାଇ ଶୂନ୍ୟରେ ଉଡ଼ିଲା ବାଇକ୍‌, ଭିଡିଓ ଭାଇରାଲ୍

ଜୀବନର ଟର୍ଣ୍ଣିଂ ପଏଣ୍ଟ ହେଉଛି ବିବାହ। ସମସ୍ତେ ଚାହାନ୍ତି, ଜୀବନର ଏଇ ମହାର୍ଘ ମୁହୂର୍ତ୍ତ ସ୍ମୃତି ଆଲବମ୍‌ରେ ସତେଜ ହୋଇ ରହୁ। ସେଥିପାଇଁ ତ ବାହାଘର ପାଇଁ ଏତେ ପ୍ରସ୍ତୁତି, ଏତେ ପରିଶ୍ରମ । ଖାଲି ବାହାଘର ଦିନ ନୁହେଁ ବାହାଘର ସହ ଜଡିତ ପ୍ରତ୍ୟେକ ଦିନର ପ୍ରତିଟି ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବା ପାଇଁ ସମସ୍ତେ ସାଧ୍ୟମତେ ଚେଷ୍ଟା କରିଥାନ୍ତି।

ଅଦ୍ୟତନ ହୋଇଛି
Pre-Wedding Photoshoot

pre wedding photoshoot with a bike and a crane

Advertisment

ଜୀବନର ଟର୍ଣ୍ଣିଂ ପଏଣ୍ଟ ହେଉଛି ବିବାହ। ସମସ୍ତେ ଚାହାନ୍ତି, ଜୀବନର ଏଇ ମହାର୍ଘ ମୁହୂର୍ତ୍ତ ସ୍ମୃତି ଆଲବମ୍‌ରେ ସତେଜ ହୋଇ ରହୁ। ସେଥିପାଇଁ ତ ବାହାଘର ପାଇଁ ଏତେ ପ୍ରସ୍ତୁତି, ଏତେ ପରିଶ୍ରମ । ଖାଲି ବାହାଘର ଦିନ ନୁହେଁ ବାହାଘର ସହ ଜଡିତ ପ୍ରତ୍ୟେକ ଦିନର ପ୍ରତିଟି ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବା ପାଇଁ ସମସ୍ତେ ସାଧ୍ୟମତେ ଚେଷ୍ଟା କରିଥାନ୍ତି।

Advertisment

ଆଜିକାଲି ବିବାହ ପୂର୍ବରୁ ହେଉଛି ପ୍ରି ୱେଡିଂ ଫଟୋ ସୁଟ । ବାହାଘର ଅପେକ୍ଷା ପ୍ରି ୱେଡିଂ ଫଟୋ ସୁଟ୍‌କୁ ବେଶି ନିଆରା ବେଶି ସ୍ମରଣୀୟ କରିବାକୁ ଚାହାନ୍ତି ଯୁବକଯୁବତୀ। ତେବେ କେଉଁଠି କରିବେ ପ୍ରି ୱେଡିଂ ଫଟୋ ସୁଟ ? ବରଫ ଚାଦର ତଳେ ଘୋଡେଇ ହୋଇଥିବା ପାହାଡ କିମ୍ବା ନିଛାଟିଆ ସମୁଦ୍ରକୂଳ ! ନହେଲେ ଫୁଲ ଗାଲିଚାରେ ସଜେଇ ହୋଇଥିବା ପାର୍କ। ହେଲେ ଆମେ ଏକ ନିଆରା ପ୍ରି ୱେଡିଂ ଫଟୋ ସୁଟର ଦୃଶ୍ୟ ଦେଖାଇବୁ। ଏଠି ପ୍ରେମୀ ଯୁଗଳ ବାଇକ୍‌ ଆଉ କ୍ରେନ୍‌ରେ ସୁଟ କରୁଛନ୍ତି ପ୍ରି ୱେଡିଂ ଫଟୋ ଯାହା ସୋଶିଆଲ ମିଡିଆ ରେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି, ବରକନ୍ୟା ଗୋଟିଏ ବାଇକରେ ବସିଛନ୍ତି। ଏ ଅବସ୍ଥାରେ ଫଟୋ ସୁଟ ହେଉଛି। ତା ପରେ ରିଲ ଆଗକୁ ଯାଇଛି। ଦେଖିବାକୁ ମିଳିଛି, ବାଇକ୍‌ ସାମ୍ନାରେ ରାସ୍ତା ଅଟକାଇ ଛିଡା ହୋଇଛି ଏକ ବଡ ଗାଡ଼ି। ଆଗକୁ ଯିବାକୁ ବାଟ ନାହିଁ। ଦେଖିବାକୁ ମିଳଛି, ଏକ କ୍ରେନ ସାହାଯ୍ୟରେ ବାଇକଟି ଆସ୍ତେ ଆସ୍ତେ ଉପରକୁ ଉଠୁଛି। ବାଇକ୍‌ଟି ଶୂନ୍ୟରେ ଶୂନ୍ୟରେ ଉଠି ଗାଡି ଉପର ଦେଇ ଆରପଟକୁ ଯାଉଛି। ବାଇକ ଶୂନ୍ୟରେ ଚାଲୁଥିବା ସମୟରେ ଫଟୋଗ୍ରାଫର ଫଟୋ ସୁଟ୍‌ କରିବାରେ ଲାଗିଛନ୍ତି।

Advertisment

ଟୁଇଟରରେ ଭିଡିଓଟି ଭାଇରାଲ ହେବା ପରେ ଭିୟୁର୍ସ ଏହାକୁ ଖୁବ ପସନ୍ଦ କରିଛନ୍ତି। ୪୩୫ ହଜାରରୁ ଅଧିକ ୟୁଜର୍ସ ଏହାକୁ ଦେଖି ସାରିଲେଣି। ଅନେକ ମତାମତ ମଧ୍ୟ ଆସିଛି।

Advertisment

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ