• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ।  ନୁପୂରଙ୍କ ବିରୋଧରେ ସବୁ ମାମଲା ଦିଲ୍ଲୀ ଟ୍ରାନ୍ସଫର କଲେ ସୁପ୍ରିମକୋର୍ଟ । ସବୁ ମାମଲାକୁ ଏକାଠି କରି ଦିଲ୍ଲୀ ଟ୍ରାନ୍ସଫର କଲେ ସୁପ୍ରିମକୋର୍ଟ । ନୁପୂରଙ୍କ ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟ ବଢ଼ାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ହୋଇଥିବା ୧୦ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ପୂର୍ବରୁ ତାଙ୍କ ଉପରେ ଦାୟର ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନୂପୂର ଅନୁରୋଧ କରିଥିଲେ । ତେବେ ନୂପୁରଙ୍କ ଏହି ଆବେଦନକୁ ବେଙ୍ଗଲ ସରକାର ବିରୋଧ କରିଥିଲେ । ପୂର୍ବରୁ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସେ କରିଥିବା ଆବେଦନର ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ କହିଥିଲେ । 

ସୂଚନାଯୋଗ୍ୟ ଗତ ମେ ମାସରେ ଏକ ଟିଭି ବିତର୍କରେ ଯୋଗ ଦେଦେଇ ନୂପୁର କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ୱେ ବିଶ୍ୱର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଥିଲେ ଓ ଏହାକୁ ନେଇ ଭାରତ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ । ଏହା ପରେ ଭାରତରେ ମୁସଲିମମାନେ ବି ଆନ୍ଦୋଳନ କରିଥିଲେ ।