• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରେନ୍‌ ପହଞ୍ଚିବାରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା । ମାଗଣାରେ ଖାଇବା ଉପଲବ୍ଧ କରାଯିବ । ପ୍ରତିଦିନ ହଜାର ହଜାର ଲୋକ ଟ୍ରେନରେ ଯାତ୍ରା କରନ୍ତି । ହେଲେ ବିଭିନ୍ନ ସମୟରେ ଟ୍ରେନ୍‌ ବିଳମ୍ବରେ ଆସୁଥିବାରୁ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼େ । ଯଦି ଆପଣଙ୍କ ସହିତ ମଧ୍ୟ ଏପରି ହେଉଛି, ତେବେ ଆପଣଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିବ ଭାରତୀୟ ରେଳବାଇ ।

ଟ୍ରେନ୍ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଥିଲେ, ଆଇଆରସିଟିସି ପକ୍ଷରୁ ଯାତ୍ରୀମାନଙ୍କୁ ଖାଦ୍ୟ ଏବଂ ଥଣ୍ଡା ପାନୀୟ ପ୍ରଦାନ କରାଯାଇଥାଏ । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଖାଦ୍ୟ ଆପଣଙ୍କୁ IRCTC ଦ୍ୱାରା ମାଗଣାରେ ଦିଆଯାଏ । ଭାରତୀୟ ରେଳବାଇ ର ନିୟମ ଅନୁଯାୟୀ, ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ କ୍ୟାଟରିଂ ନୀତି ଅନୁସାରେ ଜଳଖିଆ ଏବଂ ଭୋଜନ ଯୋଗାଇ ଦିଆଯାଉଛି । ଏପରି ସ୍ଥିତିରେ ଆପଣ ଏବିଷୟରେ ଅବଗତ ଥିଲେ, ଏହି ଅଧିକାରର ଲାଭ ଉଠାଇ ପାରିବେ ।

IRCTC ର ନିୟମ ଅନୁଯାୟୀ, ଯଦି ଟ୍ରେନ୍ ଦୁଇ ଘଣ୍ଟା କିମ୍ବା ତା’ଠାରୁ ଅଧିକ ବିଳମ୍ବରେ ପହଞ୍ଚେ, ତେବେ କେବଳ ମାଗଣା ମିଲ୍ ସୁବିଧା ପ୍ରଦାନ କରାଯିବ । IRCTC ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନରେ ଭାତ, ଡାଲି, ଆଚାର ପ୍ୟାକେଟ୍ ଯୋଗାଇ ଦିଆଯିବ । ଏସବୁ ନଥିଲେ ପୁରୀ, ମିକ୍ସ-ଭେଜ୍‌, ଆଚାର ପ୍ୟାକେଟ୍ ଓ ଲୁଣ ଦିଆଯିବ । ଅନ୍ୟପକ୍ଷରେ ଯାତ୍ରୀମାନଙ୍କୁ ଜଳଖିଆ ପାଇଁ ଚା କିମ୍ବା କଫି ଏବଂ ଦୁଇଟି ବିସ୍କୁଟ ମଧ୍ୟ ଦିଆଯାଏ ।

ସେହିପରି ସନ୍ଧ୍ୟାରେ ଚା କିମ୍ବା କଫି ଏବଂ ଚାରି ଖଣ୍ଡ ପାଉଁରୁଟି ସହିତ ଏକ ବଟର ପରିବେଷଣ କରାଯାଏ । ଏହି ସୁବିଧା କେବଳ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ । ଅର୍ଥାତ୍ ଆପଣ ଯଦି ଶତାଦ୍ଦୀ, ରାଜଧାନୀ ଏବଂ ଦୂରୋନ୍ତୋ ପରି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଆପଣ ଏହି ସୁବିଧା ପାଇପାରିବେ ।