Advertisment

ଦିଲ୍ଲୀରେ ମୋଦି-ଜନସନ ସାକ୍ଷାତ: ହୋଇପାରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଆଜି ଦିଲ୍ଲୀରେ ମୋଦି-ଜନସନ ସାକ୍ଷାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ପରସ୍ପରକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Boris Johnson Meets PM Modi Today

Boris Johnson Meets PM Modi Today

ଆଜି ଦିଲ୍ଲୀରେ ମୋଦି-ଜନସନ ସାକ୍ଷାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ପରସ୍ପରକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ। ବୋରିସ ଜନ୍‌ସନ୍‌ ପ୍ରଥମେ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ।

Advertisment

ଏହାପରେ  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ।

ସୂଚନା ଅନୁସାରେ, ଦୁଇ ଦେଶ ଭିତରେ ରାଜନୈତିକ, କୂଟନୈତିକ ଏବଂ ଆର୍ଥିକ ସହଯୋଗ ନେଇ ଆଲୋଚନା ହୋଇପାରେ। ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଉଠିପାରେ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଗତକାଲି ଗୁଜରାଟର ଅହମଦାବାଦ ଯାଇ ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। 

Advertisment
Boris Johnson UK PM Boris Johnson UK PM India Visit PM Modi
Advertisment
Advertisment