/odishatv-khabar/media/post_attachments/uploadimage/library/16_9/16_9_0/____1691221431.jpg)
Bombay High Court Judge Announces Resignation In Open Court
‘ଅଦାଲତରେ ଉପସ୍ଥିତ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି। ଏଥିପାଇଁ ମୁଁ ଆପଣମାନଙ୍କୁ ଗାଳି ଦେଉଥିଲି କାରଣ ମୁଁ ଆପଣମାନଙ୍କର ଭଲ ଚାହୁଁଥିଲି। କାହା ମନରେ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। କାରଣ ଆପଣମାନେ ମୋ ପରିବାରର ସଦସ୍ୟ ସଦୃଶ୍ୟ। ମୁଁ ଇସ୍ତଫା ଦେଉଛି, ଏଥିପାଇଁ ମୋତେ କ୍ଷମା କରିଦେବେ। ସ୍ୱାଭିମାନକୁ ବଳି ଦେଇ ମୁଁ କାମ କରିପାରିବି ନାହିଁ।’...ଏଭଳି କିଛି କହି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରୋହିତ ଦେଓ ଶୁକ୍ରବାର ଦିନ ଖୋଲା ଅଦାଲତରେ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି।
ବ୍ୟକ୍ତିଗତ କାରଣ ଯୋଗୁ ଜଷ୍ଟିସ୍ ରୋହିତ ଦେଓ ଇସ୍ତଫା ଦେଉଥିବା କହିଥିବା ବେଳେ ଇସ୍ତଫା ପତ୍ରକୁ ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି। ନାଗପୁର ପୀଠାସୀନ ବିଚାରପତି ଜଷ୍ଟିସ୍ ରୋହିତ ଦେଓ ଇସ୍ତଫା ପ୍ରଦାନ ସହ ତୁରନ୍ତ କାର୍ଯ୍ୟରୁ ଓହରି ଯାଇଛନ୍ତି। ଆତ୍ମ-ସମ୍ମାନ ରକ୍ଷା ପାଇଁ ସେ ଇସ୍ତଫା ଘୋଷଣା କରିଥିବା ଜଣାପଡ଼ିଛି।
ସୂଚନାଥାଉ କି, ୨୦୧୭ ମସିହା ଜୁନ୍ରେ ଜଷ୍ଟିସ୍ ରୋହିତ ଦେଓ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୨୫ ମସିହା ଡିସେମ୍ବରରେ ସେ ଅବସର ନେଇଥାନ୍ତେ। ଏହା ପୂର୍ବରୁ ସେ ୨୦୧୬ ମସିହାରେ ମହାରାଷ୍ଟ୍ରର ଆଡଭୋକେଟ୍ ଜେନେରାଲ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)