• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିମାନରେ ବୋମା ଭୟ, ଯାତ୍ରୀ ଆତଙ୍କିତ । ମସ୍କୋରୁ ଗୋଆ  ଆସୁଥିବା ରୁଷୀୟ ଏଆରଲାଇନ୍ସର AZURର ବିମାନରେ ସୋମବାର ରାତିରେ ବମ୍‌(Bomb threat) ଥିବା ସୂଚନା ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତୁରନ୍ତ ଗୁଜୁରାଟର ଜାମନଗରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ଓ ସମସ୍ତ ୨୩୬ ଯାତ୍ରୀ ଏବଂ ୮ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା । ତା’ପରେ ଗୁଜୁରାଟ ପୋଲିସର ବମ୍ ଡିସପୋଜାଲ୍ ଟିମ୍‌ ବିମାନ ଭିତରେ ଯାଞ୍ଚ କରିଥିଲା ।

ଋଷୀୟ ବିମାନଟି ବର୍ତ୍ତମାନ ଗୁଜରାଟ ଜାମନଗର ବିମାନ ବନ୍ଦରରେ ୯ ଘଣ୍ଟା ଧରି ଅଟକି ରହିଛି । ଏପଟେ ଆଜି ଏନଏସଜି ଟିମ୍ ସହ ବୋମା ନିଷ୍କ୍ରିୟକାରୀ ଟିମ୍ ବିମାନ ଭିତରକୁ ଯାଇ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି । ବିମାନ ଭିତରେ କିଛି ସନ୍ଦେହ ଜନକ ବସ୍ତୁ ଅଛି କି ନାହିଁ ସେ ନେଇ ଖାନତଲାସୀ ଚାଲିଛି । ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହାକୁ ଜାମନଗର ସ୍ଥିତ ଭାରତୀୟ ବାୟୁସେନା ଏୟାରବେସ୍‌ରେ ଅବତରଣ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ବୋମାର ଇତିହାସ ସମ୍ପର୍କୀତ ତଥ୍ୟ . . .

ଏବେ ସୁଦ୍ଧା ବିମାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲେ ସୁଦ୍ଧା କୌଣସି ପ୍ରକାର ବୋମା ମିଳିନାହିଁ । ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଏନଏସଜି ଟିମ୍ ବିମାନ ବନ୍ଦରରେ ଯାତ୍ରୀଙ୍କ ଲଗେଜ ମଧ୍ୟ ଯାଞ୍ଚ କରିଛନ୍ତି ।

ସେପଟେ ଏହି ଘଟଣା ନେଇ ରୁଷ୍ ଦୂତାବାସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ଅଧିକାରୀମାନେ ଯୋଗାଯୋଗ କରି ବିମାନରେ ବୋମା ଭୟ ଥିବା କଥା ଓ ଜରୁରୀ ଅବତରଣ ବିଷୟରେ ଜଣାଇଥିବା ରୁଷୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।