Advertisment

ହତ୍ୟା ନା ଆତ୍ମହତ୍ୟା ? ୯ ଦିନ ହେଲା ନିଖୋଜ ଥିଲେ, ଆଜି ଜଙ୍ଗଲରୁ ମିଳିଲା ମୃତଦେହ

୯ ଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ପାଖ ଜଙ୍ଗଲରୁ ଠାବ ହୋଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Student Missing Case

Student Missing Case

ଗତ କିଛି ମାସ ମଧ୍ୟରେ କୋଟାରେ ବଢ଼ି ଚାଲିଛି ଆତ୍ମହତ୍ୟା । ଅଭିଶପ୍ତ ପାଲଟିଛି ଏହି ଶିକ୍ଷାର ସହର । ଜୀବନ ନେଇ ତ ଆସୁଛନ୍ତି, କିନ୍ତୁ ଜୀବନ ନେଇ ଫେରିବାର ସମ୍ଭାବନା କମ୍ । ୯ ଦିନ ତଳେ ନିଖୋଜ ଥିବା ଜଣେ ୧୬ ବର୍ଷର ଛାତ୍ରର ମୃତଦେହ ପାଖ ଜଙ୍ଗଲରୁ ଠାବ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

Advertisment

୯ ଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ଛାତ୍ରଙ୍କ ନାମ ଥିଲା ରଟିତ୍‌ ସୋନ୍ଧିଆ। ସେ JEE ପାଇଁ କୋଚିଂ ନେଉଥିଲେ। ୧୧ ଫେବ୍ରୁଆରୀରେ ସେ ରହୁଥିବା ହଷ୍ଟେଲରୁ ନିଖୋଜ ଥିଲେ। ସିସିଟିଭିରେ କଏଦ ହୋଇଥିବା ଭିଡ଼ିଓରେ ସେ ଏକ ଜଙ୍ଗଲ ମଧ୍ୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।

ପୋଲିସ ହଷ୍ଟେଲ ରୁମ୍‌ ଛାନଭିନ୍‌ ବେଳେ ଏକ ନୋଟ୍‌ ପାଇଥିଲା। ଯେଉଁଥିରେ ସେ ମନ୍ଦିର ଯିବେ ବୋଲି ପ୍ଲାନ କରିଥିଲେ। ରଚିତ୍‌ଙ୍କ ବ୍ୟାଗ୍‌, ମୋବାଇଲ୍‌ ଓ ରୁମ୍‌ ଚାବି ପ୍ରଥମେ ମନ୍ଦିର ନିକଟରୁ ପାଇଥିଲା ପୋଲିସ। SDRF ଓ ପୋଲିସର ଏକ ତଦନ୍ତକାରୀ ଟିମ୍‌ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ। ତେବେ ଆଜି ପାଖ ଏକ ଜଙ୍ଗଲରୁ ତାଙ୍କ ମୃତଦେହ ଠାବ କରିଛି ପୋଲିସ।

Advertisment

କୋଟାରେ ବଢୁଛି ଆତ୍ମହତ୍ୟା.. ପରୀକ୍ଷା, ପ୍ରେମ କି ପ୍ରେସର .. କଣ ଏହାର କାରଣ .. ସ୍ୱପ୍ନ ଦେଖିବା ଆଗରୁ ହିଁ ସାରି ଦେଉଛନ୍ତି ଜୀବନ .. ଦାୟୀ କିଏ? କାହିଁକି କୋଚିଂ ହବ ପାଲଟୁଛି ସୁଇସାଇଡ ହବ .. ବହି ବଦଳରେ ଆତ୍ମହତ୍ୟାର ପନ୍ଥା କାହିଁକି ବାଛୁଛନ୍ତି ଛାତ୍ରଛାତ୍ରୀ .. ସ୍ୱପ୍ନ ନେଇ ଆସୁଥିବା ଜୀବନକୁ ମାରି ଦେବାର ଉଦ୍ଦେଶ୍ୟ କଣ ..? ଏମିତି ଅନେକ ପ୍ରଶ୍ନ ଏବେ ପୂରା ଦେଶକୁ କବଳିତ କରିଛି। ବଢ଼ୁଥିବା ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ କେତେକ ପଦକ୍ଷେପ ମଧ୍ୟ ନେଇଛି।

କୋଟାରେ ରାଙ୍କ ସିଷ୍ଟମକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ସେହିପରି ପ୍ରତ୍ୟେକ ପରୀକ୍ଷା ପରେ ଛୁଟି ଦେବାକୁ କୋଚିଂ ସେଣ୍ଟରକୁ ନିର୍ଦ୍ଦେଶ ଦିଆ ଯାଇଛି । ପଢ଼ାରେ କମଜୋର ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ରହିଛି। ତଥାପି କମୁନି ଛାତ୍ର ଆତ୍ମହତ୍ୟା .. ବିପଦରେ ପଡ଼ୁଛି ଦେଶର ଭବିଷ୍ୟତ।

Kota Rajasthan Student Missing Case
Advertisment
Advertisment