Advertisment

ପାଣି ଟାଙ୍କିରୁ ମିଳିଲା ମା’,ପୁଅଙ୍କ ମୃତଦେହ; ମହିଳାଙ୍କ ଶରୀରରେ ରହିଛି କ୍ଷତ ଚିହ୍ନ

ପାଣି ଟାଙ୍କିରୁ ମିଳିଲା ମା’,ପୁଅଙ୍କ ମୃତଦେହ। ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାବେଳେ ଯୌତୁକ ପାଇଁ ଶାଶୁ ଘର ଲୋକେ ତାଙ୍କୁ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mother-Son Duo Deadbody Found In Water Tank

Bodies of mother-son duo found in water tank in Rajasthan

ପାଣି ଟାଙ୍କିରୁ ମିଳିଲା ମା’,ପୁଅଙ୍କ ମୃତଦେହ। ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାବେଳେ ଯୌତୁକ ପାଇଁ ଶାଶୁ ଘର ଲୋକେ ତାଙ୍କୁ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ରାଜସ୍ଥାନର ବାରମର୍‌ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଣି ଟାଙ୍କିରେ ଭାସମାନ ଅବସ୍ଥାରେ ଉଭୟ ମା’ ଓ ପୁଅଙ୍କ ମୃତଦେହକୁ ପୋଲିସ୍‌ ଉଦ୍ଧାର କରିଛି। 

Advertisment

ବାରମର୍‌ ଜିଲ୍ଲାର ଗିଡା ଥାନା ଅନ୍ତର୍ଗତ ଝକ୍‌ ଗାଁରେ ସୋମବାର ମା’,ପୁଅଙ୍କ ମୃତଦେହ ପାଣି ଟାଙ୍କି ଭିତରୁ ଉଦ୍ଧାର କରାଯାଇଥିଲା। କିଛିଦିନ ପୂର୍ବେ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ସ୍ୱାମୀ ଘରୁ ପଳାଇଥିଲେ। ଘରକୁ ଫେରିବା ପରେ ସ୍ତ୍ରୀ ଓ ପୁଅର ମୃତଦେହ ପାଣି ଟାଙ୍କିରେ ଭାସୁଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଶାଶୁ ଘର ଲୋକଙ୍କ ଉପସ୍ଥିତିରେ ପୋଲିସ୍‌ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମର୍ଟମ ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଯୌତୁକ ଟଙ୍କା ପାଇଁ ସ୍ୱାମୀ ସାଜିଲା ସଇତାନ୍‌ ! ଛୁରୀରେ ସ୍ତ୍ରୀର ତଣ୍ଟି କାଟିବା ପରେ . .

Advertisment

‘ଯୌତୁକ ପାଇଁ ମାରିଦେଲେ’...

ମହିଳାଙ୍କ ଭାଇ ଲକ୍ଷ୍ମଣଙ୍କ କହିବା ଅନୁସାରେ, ଜାନୁଆରୀ ୧୧ରେ ଭଉଣୀ ମୋହିନୀଙ୍କୁ ମୋଟରସାଇକେଲ୍‌ ଚେନ୍ ଓ ଷ୍ଟିକ୍‌ରେ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ମାଡ଼ ମାରିଥିଲେ। ଏନେଇ ମୋହିନୀ ତାଙ୍କୁ ଏସମ୍ପର୍କରେ କହିଥିଲେ। ଏହାସହ ଫଟୋ ମଧ୍ୟ ଶେୟାର କରିଥିଲେ।

ସୂଚନାଥାଉ କି, ୨୦୧୮ ମସିହା ଜୁଲାଇ ୧୬ରେ ପରେଉର କ୍ରିଷ୍ଣା କୁମାରଙ୍କୁ ମୋହିନୀ ବିବାହ କରିଥିଲେ। ବିବାହ ବେଳେ ଯୌତୁକ ଦିଆଯାଇଥିବା ଲକ୍ଷ୍ମଣ କହିଛନ୍ତି। ଏସବୁ ସତ୍ତ୍ୱେ ମଧ୍ୟ ଶାଶୁ ଘର ଲୋକେ ଯୌତୁକ ପାଇଁ ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ଲକ୍ଷ୍ମଣ ଅଭିଯୋଗ କରିଛନ୍ତି। ମୋହିନୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାର କ୍ରମେ ପୋଲିସ୍‌ ତାଙ୍କ ଶାଶୁ ଘର ଲୋକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

Murder Murder Case Deadbody Found
Advertisment
Advertisment