Advertisment

ରାହା ଧରି କାନ୍ଦିଲା ଶିଶୁ...କାନ୍ଦ ବନ୍ଦ ପାଇଁ ମୁହଁରେ ସେଲୋଟେପ୍ ଲଗାଇଦେଲେ ନର୍ସ

NICUରେ ଶିଶୁଟି କାନ୍ଦିବାରୁ ତା’ର କାନ୍ଦ ବନ୍ଦ କରିବା ପାଇଁ ପାଟିରେ ଟେପ୍ ଲଗାଇ ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Taping Newborn's Mouth

Taping Newborn's Mouth

ଡାକ୍ତରଖାନାରେ ରୋଗୀଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କର ଯତ୍ନ ନେବାକୁ ନର୍ସମାନଙ୍କୁ ନିଯୁକ୍ତ କରାଯାଇଥାଏ। ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀଙ୍କ ଦାୟିତ୍ୱ ନିଅନ୍ତି। ମାତ୍ର ଜଣେ ନର୍ସ ଏପରି କାଣ୍ଡ ଭିଆଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। NICUରେ ନବଜାତକ ଶିଶୁ କାନ୍ଦିବାରୁ ତା ମୁହଁରେ ସେଲୋଟେପ୍ ଲଗାଇ ଦେଇଛନ୍ତି ନର୍ସ।

Advertisment

ବ୍ରିହାନମମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ସାବିତ୍ରୀବାଇ ଫୁଲେ ମାତୃତ୍ୱ ଗୃହର ଜଣେ ନର୍ସ ଏଭିଳ କାଣ୍ଡ କରିଥିବା ଅଭିଯୋଗ ହୋଇଛି। NICUରେ ଶିଶୁଟି କାନ୍ଦିବାରୁ ତାର କାନ୍ଦ ବନ୍ଦ କରିବା ପାଇଁ ତାର ପାଟିରେ ଟେପ୍ ଲଗାଇ ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ବାସ୍ତବରେ, ଗତବର୍ଷ ମେ’ ମାସ ୨୦ତାରିଖରେ ପ୍ରିୟା କାମ୍ବଲେ ନାମକ ଜଣେ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ପିଲାଟି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲା। ଏଥିପାଇଁ ଡାକ୍ତର ଶିଶୁକୁ NICUରେ ରଖିଥିଲେ। ଜୁନ୍ ୨ରେ, ଶିଶୁର ମା ନିଜ ପିଲାଙ୍କୁ ଦେଖିବା ପାଇଁ ରାତି ୧୧ଟାରେ NICUକୁ ଯାଇଥିଲେ। ସେଠାରେ ପିଲାଟି ପାଟିରେ ଏକ ଟେପ୍ ଲଗାଯାଇଥିଲା ଓ ସେ ବିକଳ ହୋଇ କାନ୍ଦୁଥିବା ସେ ଦେଖିଥିଲେ। ଏନେଇ ସେ ଦାୟିତ୍ୱରେ ଥିବା ନର୍ସଙ୍କୁ ପଚାରିଥିଲେ। ନର୍ସ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପିଲା କାନ୍ଦିବାରୁ ପାଟିରେ ଟେପ ଲଗାଯାଇଥିଲା ବୋଲି କହିଥିଲେ।

Advertisment

ଏହା ପରେ ମହିଳା ଜଣକ ତୁରନ୍ତ ତାଙ୍କ ପରିବାରକୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ସେମାନେ ପୂର୍ବତନ କାଉନସିଲର ଜାଗୃତି ପାଟିଲଙ୍କ ସହାୟତା ଲୋଡିଥିଲେ। ଜାଗୃତି ସୂଚନା ପାଇବା ମାତ୍ରେ ଡାକ୍ତରଖାନାରେ ପହଞ୍ଚିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସଂପୃକ୍ତ ନର୍ସ ସବିତା ଭୋଇରଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି।

Nurses
Advertisment
Advertisment