Advertisment

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ଫାଟିଗଲା ପ୍ଲାଣ୍ଟ ଛାତ, ନିଶ୍ୱାସପ୍ରଶ୍ୱାସ ନେଇ ପାରିଲେନି ଶ୍ରମିକ...

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପ୍ଲାଣ୍ଟର ଛାତ ଫାଟି ଯାଇଥିଲା। ଏହାସହ ଶ୍ରମିକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maharashtra Chemical Factory Blast

Blast At Chemical Factory In Maharashtra

ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଥିବା ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଗତକାଲି ବୋଇସର ସହରର ତାରାପୁର ଏମ୍‌ଆଇଡିସିରେ ଥିବା କେମିକାଲ୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା। ବୟନ ଶିଳ୍ପରେ ବ୍ୟବହୃତ ଗାମା ଏସିଡ୍‌ ଉତ୍ପାଦନ କରୁଥିବା ୟୁନିଟରେ ଅପରାହ୍ଣ ୪ଟା ୨୦ରେ ବିସ୍ଫୋରଣ ହୋଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପ୍ଲାଣ୍ଟର ଛାତ ଫାଟି ଯାଇଥିଲା। ଏହାସହ ଶ୍ରମିକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠା ଯାଇଥିବା ବେଳେ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିବା ଖବର ପାଇ ପୋଲିସ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ ୧୮ ଜଣ କର୍ମଚାରୀ ଥିଲେ। କେମିକାଲ୍‌ ଫ୍ୟାକ୍ଟ୍ରିରେ ଥିବା ରିଆକ୍ଟର ଭେସେଲ୍‌ରେ ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଛି। 

ଏହି ପ୍ଲାଣ୍ଟରେ ଗାମା ଏସିଡ୍‌ ଉତ୍ପାଦନ ହୋଇଥାଏ। ଯାହା ବୟନ ଶିଳ୍ପରେ ବ୍ୟବହୃତ ହୋଇଥାଏ। ସୋଡିୟମ୍ ସଲ୍‌ଫେଟ୍‌କୁ ଆମୋନିଆ ସହ ମିଶ୍ରଣ ପ୍ରକ୍ରିୟା ଚାଲି ଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା। ଫଳରେ ଶ୍ରମିକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏଥିରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Chemical Factory Blast
Advertisment
Advertisment