/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661261485.jpg)
T Raja Singh
ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ କରି ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି । ଗିରଫ କରିବାର କିଛି ଘଣ୍ଟା ପରେ ବିଜେପି ତାଙ୍କୁ ନିଲମ୍ବିତ କରିଛି । ଏଥିସହ କାହିଁକି ତାଙ୍କୁ ଦଳରୁ ବହିଷ୍କାର କରାନଯିବ, ତାର ଜବାବ ୧୦ ଦିନ ମଧ୍ୟରେ ଦେବାକୁ ବିଜେପି କେନ୍ଦ୍ରୀୟ ଶୃଙ୍ଖଳା କମିଟି ନୋଟିସ କରିଛି । ନୋଟିସ ଜାରି ହେବାର ୧୦ ଦିନ ମଧ୍ୟରେ ଦଳରୁ କାହିଁକି ବହିଷ୍କାର କରାନଯିବ, ତାର ଜବାବ ଦେବାକୁ କୁହାଯାଇଛି । ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।
ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ । ଯାହା ଫଳରେ ତାଙ୍କୁ ଗିରଫ କରାଯାଇଛି । ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା । ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ସୋମବାର ରାତିରେ ହାଇଦ୍ରାବାଦରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହାପରେ ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା ।
ତେବେ ତାଙ୍କୁ ଗିରଫ କଲାବେଳେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ରାଜାଙ୍କୁ ପୋଲିସ ନେବାବେଳେ ତେଲେଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ ମଧ୍ୟ ପ୍ରତିବାଦ କରିଥିଲେ । ନିଜ ସମର୍ଥକଙ୍କ ସହ ସେ ରାସ୍ତାକୁ ଓହ୍ଲାଇଥିଲେ । ଏହାପରେ ପୋଲିସ ସଞ୍ଜୟ କୁମାରଙ୍କୁ ମଧ୍ୟ ଅଟକ ରଝିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)