Advertisment

ଜନତାଙ୍କ ସେବାରେ ନେତା; ସ୍କୁଲର ଅସନା ଟଏଲେଟ ଖାଲି ହାତରେ ସଫା କଲେ ସାଂସଦ

ଜନତାଙ୍କ ସେବା କରିବା ନେତା, ମନ୍ତ୍ରୀଙ୍କର ଧର୍ମ ବୋଲି ସେମାନେ ଖୁବ ପ୍ରଚାର ପ୍ରସାର କରିଥାନ୍ତି । ହେଲେ ଏମିତି ପ୍ରଚାର ପ୍ରସାର ଭିତରେ ନିଜ ସେବା ସହ ନିଜ ଖାନଦାନିର ସେବା କେମିତି କରିଥାନ୍ତି ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏ ନେତାଙ୍କୁ ଦେଖନ୍ତୁ ତ ଥରେ ! ୟାଙ୍କ କାମ ଦେଖିଲେ ଆପଣ ନିଶ୍ଚୟ ବିଶ୍ୱାସ କରିବେ ଯେ ନେତାମାନେ ବେଳେବେଳେ ଜନତାଙ୍କ ସେବା କରିଥାନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
MP cleans school toilet

MP cleans school toilet

ଜନତାଙ୍କ ସେବା କରିବା ନେତା, ମନ୍ତ୍ରୀଙ୍କର ଧର୍ମ ବୋଲି ସେମାନେ ଖୁବ ପ୍ରଚାର ପ୍ରସାର କରିଥାନ୍ତି । ହେଲେ ଏମିତି ପ୍ରଚାର ପ୍ରସାର ଭିତରେ ନିଜ ସେବା ସହ ନିଜ ଖାନଦାନିର ସେବା କେମିତି କରିଥାନ୍ତି ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏ ନେତାଙ୍କୁ ଦେଖନ୍ତୁ ତ ଥରେ ! ୟାଙ୍କ କାମ ଦେଖିଲେ ଆପଣ ନିଶ୍ଚୟ ବିଶ୍ୱାସ କରିବେ ଯେ ନେତାମାନେ ବେଳେବେଳେ ଜନତାଙ୍କ ସେବା କରିଥାନ୍ତି । ଆଉ ଏମିତି ଘଟଣା ଯଦି କେଉଁଠି ସାମ୍ନାକୁ ଆସିଲା ତେବେ ସେ ନେତା ଚର୍ଚ୍ଚାକୁ ଆସିବା ସ୍ୱାଭାବିକ ନିଶ୍ଚୟ।

Advertisment

ଏ ନେତାଙ୍କୁ ଭଲ କରି ଦେଖନ୍ତୁ ସେ କ’ଣ କରୁଛନ୍ତି। ଆଖିକୁ ବିଶ୍ୱାସ ନ ହେଲେ ବି ସତ। ଏ ହେଉଛନ୍ତି ଜଣେ ମଧ୍ୟ ପ୍ରଦେଶର ବିଜେପି ସାଂସଦ। ନାଁ ତାଙ୍କର ଜନାର୍ଦ୍ଦନ ମିଶ୍ର। ସାସଂଦ ମିଶ୍ର ଏକ ବାଳିକା ହାଇସ୍କୁଲର ଅସନା ଟଏଲେଟକୁ ସଫା କରୁଥିବା ଏହି ଫଟୋରେ ଦେଖିବାକୁ ମିଳୁଛି। ତାହା ପୁଣି ଖାଲି ହାତରେ। ପ୍ରକୃତରେ ବିରଳ ଘଟଣା। ଏମିତି ଦୃଶ୍ୟର ଭିଡିଓ ନିଜେ ସାଂସଦ ପୋଷ୍ଟ କରିଛନ୍ତି ନିଜ ଟୁଇଟର ଆକାଉଣ୍ଟରେ। ଏମିତି ଖବର ଭାଇରାଲ ନ ହେବ ବା କେମିତି ?

Advertisment

ଦୃଶ୍ୟଟି ମଧ୍ୟ ପ୍ରଦେଶର ରେୱା ଜିଲ୍ଲାର। ନିଜେ ଏମ୍‌ପି ମିଶ୍ର ଭିଡିଓ ସେୟାର କରି କହିଛନ୍ତି, ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ କ୍ୟାମ୍ପେନ ଚାଲିଥିଲା। ଏହି ଅବସରରରେ ଖାଟଖରୀ ବାଳିକା ସ୍କୁଲର ଟଏଲେଟ ସଫା କରାଯାଇଥିଲା। ଏଥି ସହିତ ସ୍କୁଲ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟ ମଧ୍ୟ ଚାଲିଥିଲା।

ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ଯୁବକର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସାସଂଦ ଜନାର୍ଦ୍ଦନ ମିଶ୍ର ସ୍କୁଲ ପରିଦର୍ଶନରେ ଯାଇ ସେଠାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସାସଂଦ ସ୍କୁଲର ଅସନା ଟଏଲେଟ ଦେଖିଥିଲେ ଏବଂ ଏହାକୁ ପରିସ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ନିଜ ହାତରେ ବିନା ଗ୍ଲୋବ୍‌ସରେ ଟଏଲେଟ ପରିଷ୍କାର କରିଥିଲେ।

ତେବେ ସାଂସଦ କାହିଁକି ନିଜେ ଅସନା ଟଏଲେଟ ସଫା କଲେ ତାହା ପୁଣି ଖାଲି ହାତରେ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହା ପଛରେ ପ୍ରଚାରର ଉଦ୍ଦେଶ୍ୟ କେତେ, ଆନ୍ତରିକତା କେତେ ତାହା ତ ଆମେ ଜାଣୁନା। ତେବେ ସାସଂଦଙ୍କର ଏପରି କାମକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଚାଲିଛି।

BJP MP Viral Video
Advertisment
Advertisment