• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାଜସ୍ଥାନ ବିଜେପିର ସଂଗଠନ ସଂପାଦକ ଅଛନ୍ତି ଭଜନଲାଲ । ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରନ୍ତି ଭଜନଲାଲ । ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି ।

ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି ଭଜନଲାଲ । ବିଧାୟକ ଦଳ ବୈଠକରେ ଭଜନଲାଲ ନେତା ନିର୍ବାଚିତ ହୋଇଛନ୍ତି । ଭଜନଲାଲଙ୍କ ନାଁ ବସୁନ୍ଧରା ରାଜେ ପ୍ରସ୍ତାବ ଦେଇଥିଲେ । ବସୁନ୍ଧରା ରାଜେ ପ୍ରସ୍ତାବ କରିଥିବା ନେଇ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ୨ ଉପମୁଖ୍ୟମନ୍ତ୍ରୀ ରହିବେ । ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲେ ରାଜନାଥ ସିଂହ । ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା ହେବେ ଉପମୁଖ୍ୟମନ୍ତ୍ରୀ । ବାସୁଦେବ ଦେବନାନୀ ବାଚସ୍ପତି ହେବେ ।

ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି । ବିଧାନସଭା ନିର୍ବାଚନରେ ୧୧୬ ସିଟରେ ବିଜୟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେପି । ସବୁଠୁ ବଡ଼ ପ୍ରଶ୍ନ ଉଠୁଥିଲା ଯେ କିଏ ହେବ ରାଜ୍ୟର ଆଗାମୀ ମୁଖିଆ । କାହାକୁ ସିଏମ୍ ଚୌକିରେ ବସାଇବ ବିଜେପି ? ତାହା ଏବେ ସ୍ପଷ୍ଟ ହୋଇଯାଇଛି । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବେ ।

ରାଜସ୍ଥାନ ନିର୍ବାଚନରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ​​ନିର୍ବାଚନ ଲଢ଼ିଥିଲା । ୨୦୦୩ ରୁ ରାଜସ୍ଥାନରେ ବସୁନ୍ଧରା ରାଜେ ହିଁ ବିଜେପିର ଚେହେରା ରହିଆସିଛନ୍ତି । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଥିଲା । ତେଣୁ ଏଥର ଦଳ ରାଜ୍ୟରେ ନୂଆ ମୁହଁ ଆଣିବ ବୋଲି ଚର୍ଚ୍ଚା ହେଉଥିଲା ।