Advertisment

ପଞ୍ଜାବରେ ‘INDIA’କୁ ଝଟକା, ବିଜେପି ଜିତିଲା ଚଣ୍ଡିଗଡ଼ ମେୟର ନିର୍ବାଚନ

ବିଜେପିର ଏହି ବିଜୟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ‘X’ରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ‘ଇଣ୍ଡି’ ଆଲାଏନ୍ସ ବିପକ୍ଷରେ ପ୍ରଥମ ବିଜୟ ବୋଲି କହିଛନ୍ତି ।

author-image
Santosh Kumar Sahoo
Chandigarh Mayor Election

Chandigarh Mayor Election

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ବିଜେପି ଓ ଆପ୍ ମୁହାଁମୁହିଁ । ଚଣ୍ଡିଗଡ଼ ମେୟର୍ ଆସନକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଏଥିରେ ବାଜି ମାରିଛି ବିଜେପି। ଦଳର ପ୍ରାର୍ଥୀ ମନୋଜ ସୋନକର୍ ଆପର କୁଲଦୀପ କୁମାରଙ୍କୁ ହରାଇ ଚଣ୍ଡିଗଡ଼ ମେୟର ଭାବେ ନିର୍ବାଚିତ
ହୋଇଛନ୍ତି । ବିଜେପି ନେତା ମନୋଜ ସୋନକର ମୋଟ ୧୬ ଖଣ୍ଡ ଭୋଟ ପାଇଥିବାବେଳେ ଆପ୍‌ ପ୍ରାର୍ଥୀ କୁଲଦୀପ ସିଂ ୧୨ ଖଣ୍ଡ ଭୋଟ୍‌ ପାଇଥିଲେ। ସେହିପରି ୮ ଖଣ୍ଡ ଭୋଟକୁ ଅବୈଧ ଘୋଷଣା କରାଯାଇଛି। ହେଲେ ଏଥିରେ ଦୁର୍ନୀତି ହୋଇଥିବା ନେଇ ଆପ୍ ବିଜେପିକୁ ଘେରିଛି। ଏପରିକି ଆଜି ପଞ୍ଜାବ ଓ ଦିଲ୍ଲୀର ଦୁଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରି ବର୍ଷିଛନ୍ତି । ବିଜେପି ଗଣତନ୍ତ୍ରକୁ ହତ୍ୟା କରିଥିବା ଅଭିଯୋଗ ଆପ୍ ଲଗାଇଛି।

Advertisment

ସେପଟେ ବିଜେପି କହି ସବୁ କିଛି ନିୟମ ମୁତାବକ ହୋଇଛି ଆପ୍ ଜାଣିଶୁଣି ରାଜନୀତି କରୁଥିବା ପାଲଟା ଅଭିଯୋଗ ବିଜେପି ଲଗାଇଛି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟିର କୁଳଦୀପ କୁମାରଙ୍କୁ କଂଗ୍ରେସ ସମର୍ଥନ କରିଥିଲା । ଏହାସତ୍ତ୍ୱେ ତାଙ୍କର ପରାଜୟ ହୋଇଛି । ତେବେ ପରାଜୟ ପରେ ଆପ୍‌ କର୍ପୋରେଟର ପ୍ରେମଲତା ଏହି ନିର୍ବାଚନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏହି ନିର୍ବାଚନ ବିରୋଧରେ ହାଇକୋର୍ଟ ଯିବେ ।

ତେବେ ବିଜେପିର ଏହି ବିଜୟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ‘X’ରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ‘ଇଣ୍ଡି’ ଆଲାଏନ୍ସ ବିପକ୍ଷରେ ପ୍ରଥମ ବିଜୟ ବୋଲି କହିଛନ୍ତି । ଜେପି ନଡ୍ଡା କହିଛନ୍ତି, ‘ଇଣ୍ଡି’ ଆଲାଏନ୍ସ ବିଜେପି ବିପକ୍ଷରେ ପ୍ରଥମ ନିର୍ବାଚନ ଲଢି ପରାଜିତ ହୋଇଛି । ତାଙ୍କର ଗଣିତ କାମରେ ଆସି ନ ଥିବା ଏବଂ କେମେଷ୍ଟ୍ରି ଚାଲି ନଥିବା ଏହା ସ୍ପଷ୍ଟ କରୁଛି ।

Advertisment
BJP Congress AAP Chandigarh
Advertisment
Advertisment