Advertisment

ହେରାଲ୍ଡ ମାମଲାକୁ ନେଇ ରାଜନୀତି, କାର୍ଯ୍ୟାନୁଷ୍ଠାନ ପରେ ମୁହାଁମୁହିଁ କଂଗ୍ରେସ ଓ ବିଜେପି

ହେରାଲ୍ଡ ମାମଲାକୁ ନେଇ ହଇଚଇ...ନିର୍ବାଚନୀ ମାହୋଲରେ ଏହି ମାମଲା ପୁଣି ଥରେ ରାଜନୀତିକୁ ସରଗରମ କରିଦେଇଛି

ଅଦ୍ୟତନ ହୋଇଛି
 National Herald case

National Herald case

Advertisment

ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ପୁଣି ମୁହାଁମୁହିଁ କଂଗ୍ରେସ ଓ ବିଜେପି। ଦୁଇ ଦିନ ପୂର୍ବରୁ ଏହି ବହୁଚର୍ଚ୍ଚିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପ୍ରାୟ ୭୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। EDର ଏହି କାର୍ଯ୍ୟାନୁଷ୍ଠାନ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି। ନିର୍ବାଚନୀ ମାହୋଲରେ ଏହି ମାମଲା ପୁଣି ଥରେ ରାଜନୀତିକୁ ସରଗରମ କରିଦେଇଛି । କଂଗ୍ରେସ କହୁଛି ନିର୍ବାଚନରେ ପରାଜୟ ଆଶଙ୍କାରେ ବିଜେପି ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେପଟେ ଅନିୟମିତତା ହୋଇଥିବା ଏକ ଆର୍ଥିକ ଡିଲ ର ତଦନ୍ତ ହେବା ଆବଶ୍ୟକ ନୁହେଁ କି ବୋଲି ପ୍ରଶ୍ନ କରିଛି ବିଜେପି। ...
ଅନୁସନ୍ଧାନକାରୀ ଏଜେନ୍ସି ଆସୋସିଏଟେଡ ଜର୍ନାଲ ଲିମିଟେଡ- AJL ଏବଂ ୟଙ୍ଗ ଇଣ୍ଡିଆର ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହା ମଧ୍ୟରେ ରହିଛି ଦିଲ୍ଲୀ ଏବଂ ମୁମ୍ବାଇର ନ୍ୟାସନାଲ ହେରାଲ୍ଡ ହାଉସ୍ ଏବଂ ଲକ୍ଷ୍ନୌ ସ୍ଥିତ ନେହେରୁ ଭବନ । ନିର୍ବାଚନୀ ମାହୋଲରେ EDର ଏଭଳି ପଦକ୍ଷେପ ପରେ ଏହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ କହିଛି, ୫ ରାଜ୍ୟରେ ହେଉଥିବା ନିର୍ବାଚନରେ ପରାଜୟ ଆଶଙ୍କାରେ ବିଜେପି। ତେଣୁ ଏଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୋଦି ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂପତ୍ତି ଗୁଡିକର ମାଲିକାନା କଂପାନୀ ପାଖରେ ରହିଥାଏ। ଶେୟାର ଧାରକମାନେ ଅଂଶୀଦାର।ସେମାନେ କଂପାନୀର ମାଲିକ ନୁହନ୍ତି। AJL ୭୫୨ କୋଟି ଟଙ୍କାର ମାଲିକ ବୋଲି କହିବା ଆଇନଗତ ଭୁଲ୍।

Advertisment

AJLକୁ ୟଙ୍ଗ ଇଣ୍ଡିଆ ଅଧିଗ୍ରହଣ କରିବାରେ ଶହ ଶହ କୋଟି ଡିଲ ହୋଇଥିଲା। ଏହାର ସଂପତ୍ତି ନିଜ ଅଧୀନକୁ ଆଣିବାକୁ ନେହେରୁ-ଗାନ୍ଧି ପରିବାର ୟଙ୍ଗ ଇଣ୍ଡିଆ ଲିମିଟେଡ ନାମକ କଂପାନୀ ସୃଷ୍ଟି କରିଥିଲେ। ଏହି ଡିଲ ବେଳେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଅନିୟମିତତା ହୋଇଥିବା ଏକ ଆର୍ଥିକ ଡିଲ ର ତଦନ୍ତ ହେବ ଅବଶ୍ୟକ କି ନୁହେଁ ବୋଲି ପଚାରିଛି ବିଜେପି।

ନ୍ୟାସନାଲ ହେରାଲ୍ଡ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲେ। ଏହି ମାମଲା ଆଧାରରେ ଇଡି ଏହି ସମ୍ପତ୍ତି ଜବତ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୪ରୁ ଇଡି ମନିଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତର ପ୍ରାୟ ୯ ବର୍ଷ ପରେ ଏଜେଏଲ୍ ଓ ଏବେ 'ୟଙ୍ଗ ଇଣ୍ଡିଆ' ସହ ଜଡ଼ିତ ୭୫୨ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଡି। ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ହେଉଛି ଏଜେଏଲ୍। ଏହା ଏବେ 'ୟଙ୍ଗ ଇଣ୍ଡିଆ' ଅଧୀନରେ ରହିଛି। ଏହି ୟଙ୍ଗ ଇଣ୍ଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମା’ ସୋନିଆ ଗାନ୍ଧିଙ୍କ ମେଜରିଟି ଶେୟାର ରହିଛି। ପୂର୍ବରୁ ଏହି ମାମଲାରେ ଇଡି ଉଭୟ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରି ସାରିଛନ୍ତି।...

Advertisment

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ନ୍ୟାସନାଲ ହେରାଲ୍ଡ ଖବରକାଗଜ। ପରେ ଏହାକୁ ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ପରିଚାଳିତ କରୁଥିଲା। ପରବର୍ତ୍ତୀ ଅବସ୍ଥାରେ ୟଙ୍ଗ ଇଣ୍ଡିଆ ଏହାକୁ ଅଧିକୃତ କରିଥିଲା।

ଏହା ସହିତ କଣ ରହିଛି ଗାନ୍ଧି-ନେହେରୁ ପରିବାରର ଭୂମିକା?

ବ୍ରିଟିଶ ସରକାର ବିରୋଧରେ ସ୍ୱର ଉତ୍ତୋଳନ ଲାଗି ୧୯୩୮ରେ ଜବାହରଲାଲ ନେହରୁ ପ୍ରତିଷ୍ଠା କରିଥିଲେ ନ୍ୟାସନାଲ ହେଲାଲ୍ଡ ଖବରକାଗଜ। ଆସୋସିଏଟେଡ ଜର୍ନାଲ ନାମକ ସଂସ୍ଥା ଏହାକୁ ପ୍ରକାଶନ କରୁଥିଲା। ହେଲେ ଏହା ବ୍ୟକ୍ତିଗତ ସଂପତ୍ତି ନଥିଲା। ଆରମ୍ଭରୁ ପ୍ରାୟ ୫
ହଜାର ସ୍ୱାଧୀନତ ସଂଗ୍ରାମୀ ଏହାର ଶେୟାର ହୋଲ୍ଡର ଥିଲେ। ୨୦୧୦ରେ ବି ଏହାର ୧ ହଜାର ୫୭ ଜଣ ଶେୟାର ହେରାଲ୍ଡ ଥିବା ଜଣାପଡିଥିଲା। କ୍ରମଶ ଆସୋସିଏଟେଡ ଜର୍ଣ୍ଣାଲ ଋଣଗ୍ରସ୍ତ ହୋଇପଡିଥିଲା। କଂଗ୍ରେସ ଦଳ ୯୦ କୋଟିର ଋଣ ଦେବା ସତ୍ତ୍ୱେ ଏହା କାର୍ଯ୍ୟକ୍ଷମ ହୋଇନଥିଲା।

Advertisment

ତେଣୁ ଏହାକୁ ବନ୍ଦ କରିଦେବା ଲାଗି ୨୦୦୮ରେ ସୋନିାଆ ଗାନ୍ଧି ନିର୍ଦ୍ଦେଶ ଦେଇଥିଲେ। ପରେ ୨୦୧୦ରେ ନ୍ୟାସନାନ ହେରାଲ୍ଡକୁ କିଣିଥିଲା ୟଙ୍ଗ ଇଣ୍ଡିଆ ନାମକ କମ୍ପାନୀ। ଏହାର ଶେୟାର ହୋଲ୍ଡର ମଧ୍ୟରେ ଥିଲେ ସୋନିାଆ ଗାନ୍ଧ ଏବଂ ରାହୁଲ ଗାନ୍ଧି।

୨୦୧୨ ମସିହାରେ ବିଜେପି ନେତା ସୁବ୍ରମଣ୍ୟନ ସ୍ୱାମୀ ନ୍ୟାସନାଲ ହେରାଲ୍ଡ ମାଲିକାନା ପରିବର୍ତ୍ତନକୁ ନେଇ ପ୍ରଶ୍ନ କରିଥିଲେ। ଏଥି ସହିତ କୋର୍ଟରେ ମାମଲା ରୁଜୁ କରିଥିଲେ। ସୋନିଆ ଏବଂ ରାହୁଲଙ୍କ ବିରୁଦ୍ଧରେ ଠକେଇ ଏବଂ ଆସ୍ଥା ଭଙ୍ଗ ଅଭିଯୋଗ ଆଣିଥିଲେ। ଆୟକର ନିୟମ ଅନୁଯାୟୀ କୌଣସି ରାଜନୈତିକ ସଙ୍ଗଠନ ତୃତୀୟ ପକ୍ଷ ସହ ଆର୍ଥିକ ନେଣଦେଣ କରିପାରିବନାହିଁ ବୋଲି ସେ ଯୁକ୍ତିରେ ଦର୍ଶାଇଥିଲେ। ୟଙ୍ଗ ଇଣ୍ଡିଆ ନ୍ୟାସନାଲ ହେରାଲ୍ଡକୁ ଅଧିଗ୍ରହଣ କରିବା ଦ୍ୱାରା ସଂସ୍ଥା ନାଁରେ ଥିବା ସମସ୍ତ ସଂପତ୍ତି ସୋନିଆ ଏବଂ ରାହୁଲଙ୍କ ଅଧୀନକୁ ଚଲିଯାଇଥିବ ସେ କହିଥିଲେ। ସେହିଭଳି ମାତ୍ର ୫୦ ଲକ୍ଷ ଟଙ୍କା ବଦଳରେ ନ୍ୟାସନାଲ ହେରାଲ୍ଡକୁ କଂଗ୍ରେସ ଦେଇଥିବା ୯୦ କୋଟି ଟଙ୍କାର ଋଣ ପରିଶୋଧ କରାଯାଇଥିବା ଦର୍ଶାଯାଇଛି।

ଅର୍ଥାତ ନ୍ୟାସନାଲ ହେରାଲ୍ଡକୁ ୮୯ ଦଶମିକ ୫ କୋଟି ଟଙ୍କାର ଋଣ ଛାଡ କରାଯାଇଥିବା ସୁବ୍ରମଣ୍ୟମ ସ୍ୱାମୀ ଉଲ୍ଲେଖ କରିଥିଲେ। ସୋନିଆ ଏବଂ ରାହୁଲଙ୍କୁ ଲାଭ ପହଂଚାଇବାଲାଗି ବେଆଇନ ଉପାୟରେ ଏସବୁ କରାଯାଇଥିବା ଅଭିଯୋଗ ନେଇ ମାମଲା ରୁଜୁ କରିଥିଲେ ସ୍ବାମୀ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ୟଙ୍ଗ ଇଣ୍ଡିଆନ ପକ୍ଷରୁ AJLର ୮୦୦ କୋଟିରୁ ଅଧିକ ଟଙ୍କା ସମ୍ପତ୍ତି ହଡ଼ପ କରାଯାଇଛି। ୟଙ୍ଗ ଇଣ୍ଡିଆର ଶେଆର ହୋଲ୍ଡର ଭାବେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ରହିଥିଲେ। ତେଣୁ ସେମାନଙ୍କୁ ମଧ୍ୟ ଏହି ସମ୍ପତ୍ତି ଉପରେ ଟିକସ ଦେବାର ଆବଶ୍ୟକତା ରହିଛି।

BJP Congress National Herald Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ