Advertisment

Delimitation JAC meeting: ଚେନ୍ନାଇରେ ଡିଲିମିଟେସନ ବିରୋଧୀ ଗୋଷ୍ଠୀଙ୍କ ମେଳି, ବିଜେଡି ସହ ୮ ରାଜ୍ୟର ବିରୋଧୀ ଦଳ ପ୍ରତିନିଧି ସାମିଲ

କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଏହି ସବୁ ରାଜ୍ୟ ପ୍ରଭାବିତ ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଡିଲିମିଟେସନ୍‌: ବିରୋଧୀ ମେଳି

ଡିଲିମିଟେସନ୍‌: ବିରୋଧୀ ମେଳି

Advertisment

ଚେନ୍ନାଇରେ ସୀମା ପୁନଃ ନିର୍ଦ୍ଧାରଣ ବିରୋଧୀ ଗୋଷ୍ଠୀଙ୍କ ମେଳି। ଆଜି ସୀମା ପୁନଃ ନିର୍ଦ୍ଧାରଣ ବା ଡିଲିମିଟେସନ ସମ୍ପର୍କିତ ଯୁଗ୍ମ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକ ଆୟୋଜିତ ହୋଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନଙ୍କ ଦ୍ବାରା ଆୟୋଜିତ ଏହି ବୈଠକରେ ଏହି ବୈଠକରେ ଓଡ଼ିଶା ସମେତ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼ର ବିରୋଧୀ ଦଳର ନେତା ମାନେ ଯୋଗଦେଇଛନ୍ତି । ବିଜେଡି ପକ୍ଷରୁ ସଞ୍ଜୟ ଦାସବର୍ମା ଓ ଅମର ପଟ୍ଟନାୟକ ଏହି ବୈଠକରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଏହି ସବୁ ରାଜ୍ୟ ପ୍ରଭାବିତ ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ପ୍ରଭାବିତ ହେବାକୁ ଥିବା ୮ ରାଜ୍ୟର ବିରୋଧୀ ଦଳର ପ୍ରତିନିଧିଙ୍କୁ ନେଇ ଏହି ବୈଠକ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ? ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ୧୫ କୋଟି କ୍ୟାସ୍ ସିଜ୍

ସୀମା ର୍ନିଦ୍ଧାରଣ ପ୍ରକ୍ରିୟାକୁ ବନ୍ଦ କରିବା ନେଇ ସମ୍ଭାବ୍ୟ ପ୍ରୟାସର ରୂପରେଖା ପ୍ରସ୍ତୁତ କରିବା ଏହି ବୈଠକର ଉଦ୍ଦେଶ୍ୟ । ଗତ ୫ ଦଶନ୍ଧି ଧରି ଦେଶରେ କୌଣସି ସୀମା ର୍ନିଦ୍ଧାରଣ ହୋଇନାହିଁ । ୨୦୨୬ ପରେ କେନ୍ଦ୍ର ସରକାର ଏହା କରିପାରନ୍ତି ବୋଲି ସୂଚନା ମିଳିଛି। ଏହା ହେଲେ ଜନସଂଖ୍ୟା ଅନୁସାରେ ଲୋକସଭା ଆସନ ବଣ୍ଟନ କରାଯିବ । ଅର୍ଥାତ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଅଧିକ ଆସନ ପାଇବ ଏବଂ କମ୍‌ ଜନସଂଖ୍ୟା ଥିବା ରାଜ୍ୟ କମ୍‌ ଆସନ ପାଇବ। ତେଣୁ ଉତ୍ତର ଭାରତ ତୁଳନାରେ ଦକ୍ଷିଣ ଭାରତର ପ୍ରତିନିଧିତ୍ବ ହ୍ରାସ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ଯୁକ୍ତି କରିଛନ୍ତି ବିରୋଧୀ । ସେପଟେ ବିରୋଧୀଙ୍କ ଏଭଳି ଆଶଙ୍କା ଅମୂଳକ ବୋଲି କହିଛନ୍ତି ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ। କୌଣସି ରାଜ୍ୟ ଏହାଦ୍ବାରା ପ୍ରଭାବିତ ହେବେ ନାହିଁ ବୋଲି ସେ କହିଛନ୍ତି ।

Advertisment

ସେପଟେ ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣକୁ ବିରୋଧ କରିଛି ବିଜେଡି। ଜନସଂଖ୍ୟା ଏଥିପାଇଁ ଏକମାତ୍ର ଆଧାର ହେବା ଅନୁଚିତ୍ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣରେ ଅଗ୍ରଣୀ ଭୂମିକା ନେଇଛି। ଯଦି ସୀମା ନିର୍ଦ୍ଧାରଣରେ ସଂସଦ ଓ ବିଧାନସଭା ସିଟ୍‌ କମେ ତାହାଲେ ଏହା ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ହାନି ପହଞ୍ଚାଇବ। ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳ ସହିତ ବୈଠକ କରି ଶଙ୍କା ଦୂର କରନ୍ତୁ ବୋଲି ନବୀନ୍ କହିଛନ୍ତି ।

ଅପରପକ୍ଷରେ ବିଜେପିକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି ବୋଲି ବିଜେପି କହିଛି। ଡିଲିମିଟେସନ ନିୟମିତ ପ୍ରକ୍ରିୟା। ଏହାଦ୍ୱାରା ଓଡ଼ିଶାର କ୍ଷତି ହେବନି ବରଂ ଲାଭ ହେବ। ତେଣୁ ବିଜେଡି ଏହାକୁ ବିରୋଧ କରୁଛି ଅର୍ଥାତ ବିଜେଡି ଜନ ବିରୋଧୀ ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ୍, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ପାଠ୍ୟକ୍ରମ

Naveen Patnaik BJD India Delimitation Tamil Nadu CM MK Stalin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ