Advertisment

ବୀରଭୂମ ହିଂସା, ସାମ୍ନାକୁ ଆସିଲା ହୃଦୟ ବିଦାରଣ କାହାଣୀ,ଜଳିଗଲେ ନବଦମ୍ପତି

ପଶ୍ଚିମବଙ୍ଗର ବୀରଭୂମରେ ଜଣେ ଟିଏମସି ନେତାଙ୍କ ହତ୍ୟା ପରେ ହିଂସା ବଢିଯାଇଛି। ଏହି ଘଟଣାରେ ୮ ଜଣଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୨ ଜଣ ପିଲା ରହିଛନ୍ତି। ଏପରିସ୍ଥଳେ ଏହି ଘଟଣାରେ ଜଡିତ ଏକ ହୃଦୟବିଦାରଣ କାହାଣୀ ସାମ୍ନାକୁ ଆସିଛି। ହତ୍ୟା କରା ଯାଇଥିବା ଲୋକଙ୍କ ମଧ୍ୟରେ ନବବିବାହିତ ଦମ୍ପତି ରହିଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
The newlyweds were burned

The newlyweds were burned

ବୀରଭୂମ: ପଶ୍ଚିମବଙ୍ଗର ବୀରଭୂମି ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ ନବବିବାହିତ ଦମ୍ପତି ରହିଛନ୍ତି।  ସୂଚନା ଅନୁସାରେ ସୂଚନା ଅନୁସାରେ ଏହି ନବବିବାହିତ ସ୍ୱାମୀ-ସ୍ତ୍ରୀ ହେଉଛନ୍ତି  ଲିଲି ଖାତୁନ ଏବଂ ‍କ୍ୱାଜି ସାଜିଦୁର। ଉଭୟେ ଜାନୁଆରୀ ମାସରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।  ବୀରଭୂମ ଜିଲ୍ଲାର ବାଗଟୁଇ ଗାଁର ଶ୍ୱଶୁର ଘରକୁ ଉଭୟେ ସ୍ୱାମୀ ସ୍ତ୍ରୀ ଆସିଥିଲେ।  କିନ୍ତୁ ସେମାନଙ୍କୁ ଏକ ଘରେ ବନ୍ଦ କରି ନିଆଁ ଲଗାଇଦେଇଥିଲେ । ସକାଳୁ ଦମ୍ପତିଙ୍କ ଦଗ୍ଧ ହୋଇଥିବା ମୃତଦେହ ପୋଲିସକୁ ମିଳିଥିଲା।

Advertisment

ସେପଟେ ଦଙ୍ଗା ପରିସ୍ଥତି ପରେ ବଗତୁଇ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଭୟରେ ଗ୍ରାମବାସୀ ଗାଁ ଛାଡ଼ି ଅନ୍ୟତ୍ର ପଳାଉଛନ୍ତି । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ସୁରକ୍ଷା ବଢାଯାଇଛି ।

ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଘଟଣାର ତଦନ୍ତ କରୁଛି । ରାଜ୍ୟ ଫରେନସିକ ଲାବୋରେଟୋରୀର ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି । ଘଟଣାରେ ଏଯାଏଁ ୨୨ ଜଣଙ୍କୁ ପୋଲିସ ଗିରଫ କରାଯାଇଥିବା ବେଳେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି ।

Advertisment
Birbhum ViolenceBirbhum Violence

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ଅପରାଧୀକୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

The Newlyweds Were Burned
Advertisment
Advertisment