• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶିଷ୍ଟ ବିଲିଓନାୟର ରାକେଶ ଝୁନଝୁନୱାଲାଙ୍କ ପରଲୋକ । ଆଜି ସକାଳେ ୬୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି । ଜଣେ ଷ୍ଟକ ଟ୍ରେଡର ଓ ଇନଭେଷ୍ଟର ଭାବେ ସାରା ବିଶ୍ୱରେ ତାଙ୍କର ବେଶ ସୁଖ୍ୟାତି ରହିଥିଲା । ତାଙ୍କର ଦେହାନ୍ତ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସେୟାର ମାର୍କେଟ୍‌ର ବେତାଜ୍‌ ବାଦ୍‌ଶାହ ବୋଲି ମଧ୍ୟ କୁହାଯାଏ । ସେୟାର ମାର୍କେଟ୍‌ର ଜଣେ ବିଗ୍‌ବୁଲ୍‌ ଥିଲେ ରାକେଶ ଝୁନଝୁନୱାଲା ।

ମୁମ୍ବାଇସ୍ଥିତ ବ୍ରିଚ କାଣ୍ଡି ହସ୍ପିଟାଲରେ ଝୁନଝୁନଓ୍ୱାଲା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅନେକ ରୋଗରେ ସେ ପୀଡ଼ିତ ଥିଲେ । ଆଜି ଭୋରରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୁମ୍ବାଇର ଦଲାଲ ଷ୍ଟ୍ରିଟ୍‌ରେ ବିଗ୍ ବୁଲ୍ ଭାବେ ଜଣାଶୁଣା ଥିଲେ ରାକେଶ ।

ଫୋର୍ବସ ତାଲିକା ଅନୁସାରେ ୫.୫ ବିଲିଅନ ଡଲାର ସଂପତ୍ତିର ମାଲିକ ଝୁନ୍‌ଝୁନ୍‌ୱାଲା । ଗତ ସପ୍ତାହରେ ଉଡ଼ାଣ ଆରମ୍ଭ କରିଥିବା ଆକାଶ ଏୟାରଲାଇନ୍ସର ନିବେଶକ ଥିଲେ ଝୁନଝୁନଓ୍ୱାଲା । ତେବେ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ଏନେଇ ଟ୍ୱିଟ୍ କରି ମୋଦି ଲେଖିଛନ୍ତି ଯେ, ଝୁନଝନଓ୍ୱାଲା ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଥିଲେ । ବିଶ୍ୱର ଅର୍ଥନୀତି ପ୍ରତି ତାଙ୍କର ଅବଦାନ ଅନେକ ରହିଛି ବୋଲି ମୋଦି କହିଛନ୍ତି । ଏହାସହ ଭାରତର ପ୍ରଗତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ମୋଦି କହିଛନ୍ତି ।