Advertisment

ମଦ ପିଇଲେ ହେବନି ଜେଲ୍ : ନୀତିଶ ସରକାରଙ୍କ ବଡ଼ ନିଷ୍ପତ୍ତି

ବିହାରର ବିଭିନ୍ନ ଜେଲରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ହେତୁ ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର ପୋଲିସ ଏବଂ ଅବକାରୀ ବିଭାଗକୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Bihar Liquor Ban

Bihar Liquor Ban

ବିହାରରେ ମଦ ନିଷେଧାଦେଶ ମଧ୍ୟରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ମଦ ପିଇ ଧରାପଡ଼ୁଥିବା ବ୍ୟକ୍ତିଙ୍କୁ ହାଜତକୁ ପଠାଯିବ ନାହିଁ । ତେବେ ପ୍ରତିବଦଳରେ ତାଙ୍କୁ କେବଳ ମଦ ମାଫିଆ ବିଷୟରେ ସୂଚନା ଦେବାକୁ ପଡିବ । ମଦ ମାଫିଆକୁ ଗିରଫ କରିବାରେ ସାହାଯ୍ୟ କଲେ, ମଦୁଆଙ୍କୁ ଜେଲ ଯିବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ଏକ୍ସାଇଜ୍ କମିଶନର କାର୍ତ୍ତିକେୟ ଧନଜୀ ଏସମ୍ପର୍କରେ ସୂଚନା ଦେଇଛନ୍ତି । ବିହାରର ବିଭିନ୍ନ ଜେଲରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ହେତୁ ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର ପୋଲିସ ଏବଂ ଅବକାରୀ ବିଭାଗକୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି ।

Advertisment

୨୦୨୧ ମସିହା ନଭେମ୍ବରରେ ବିହାର ସରକାର ଏକ ତାଲିକା ପ୍ରସ୍ତୁତ କରିଥିଲେ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଜାନୁୟାରୀ ୨୦୨୧ରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ ଜେଲ୍ ମାନଙ୍କରେ ଚଢ଼ାଉ କରି ପାଖାପାଖି ୫୦ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା । ଏଥିରେ ମଦୁଆ ଏବଂ ମଦ କାରବାର କରୁଥିବା ଲୋକ ସାମିଲ ଥିଲେ । ତେବେ ସେହି ସମୟ ମଧ୍ୟରେ ମୋଟ ୩୮ ଲକ୍ଷ ୭୨ ହଜାର ୬୪୫ ଲିଟର ବେଆଇନ ମଦ ଜବତ କରାଯାଇଥିଲା ।

ଜେଲ ସହିତ ବିହାର କୋର୍ଟରେ ମଧ୍ୟ ମଦ ନିଷେଧାଦେଶ ମାମଲା ବଢ଼ିବାରେ ଲାଗିଛି । ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଜାମିନ ଆବେଦନକୁ ନେଇ କୋର୍ଟରେ ଲମ୍ବା ଲାଇନ୍ ଲାଗିଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଏ ସମ୍ପର୍କୀତ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୮ରେ ହେବ, ଯାହା ପୂର୍ବରୁ ବିହାର ସରକାର ଗିରଫ ନକରି ମଦ ବନ୍ଦ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

Advertisment

ରାଜ୍ୟରେ ମଦ ନିଷେଧ କରିବା ପରେ ମଦ ମାଫିଆ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ଆଉ ଏନେଇ ଲଗାତାର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନୀତୀଶ ସରକାରଙ୍କ ମଦ ନିଷେଧାଦେଶ ରାଜ୍ୟରେ ବିଫଳ ହୋଇଥିବା କୁହାଯାଉଛି । ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ନିଜେ ପୋଲିସର କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠାଇଥିଲେ । ୧୦୦ ବୋତଲ ମଦ ଜବତ ହେଲେ ପୋଲିସ୍ କେବ ୫ଟି ଦେଖାଏ ବୋଲି ସେ କହିଥିଲେ ।

ନିକଟରେ ବିହାର ସରକାର ମଦ ମାଫିଆ ପଛରେ ହାଇଟେକ୍ ହେଲିକପ୍ଟର ଲଗାଇଛନ୍ତି । ଏଥିରେ ୪ଟି ହେଲିକପ୍ଟର ସାମିଲ ଅଛି । ସେଥିମଧ୍ୟରୁ ତିନୋଟି ମାନବ ବିହୀନ ଡ୍ରୋନ୍ ହେଲିକପ୍ଟର ଏବଂ ଗୋଟିଏ ହେଲା ଚାରି ସିଟ୍ ବିଶିଷ୍ଟ ହେଲିକପ୍ଟର ।

Bihar Liquor Ban
Advertisment
Advertisment