/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654780315.jpg)
Bihar Man Travelled 190 Kms Sitting Under A Train's Engine, Ran Away After He Was 'Rescued'
ସାଧାରଣତଃ ଟ୍ରେନରେ ସମସ୍ତେ ଯାତ୍ରା କରନ୍ତି । ଏଥିପାଇଁ ଯାତ୍ରୀଙ୍କୁ ଟ୍ରେନ୍ ଟିକେଟ୍ କରିବାକୁ ପଡ଼ିଥାଏ । ହେଲେ ନିକଟରେ ଏପରି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ହୁଏତ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିବ । ଜଣେ ବ୍ୟକ୍ତି ଟ୍ରେନ୍ର ଇଞ୍ଜିନ୍ ତଳେ ଲୁଚି ପ୍ରାୟ ୧୯୦ କିଲୋମିଟର ଯାତ୍ରା କରିଛନ୍ତି । ଏବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ ହୋଇପାରିବ ? ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପ୍ରକୃତ ଘଟଣା...
ଗତ ମଙ୍ଗଳବାର ଦିନ ବିହାରର ଗୟା ଷ୍ଟେସନରେ ସାରନାଥ ବୁଦ୍ଧ ପୂର୍ଣ୍ଣିମା ଏକ୍ସପ୍ରେସ ଟ୍ରେନର ଇଞ୍ଜିନ୍ରେ ଏକ ଯୁବକ ଲୁଚି ବସିଥିଲେ । ଯୁବକଟି ପ୍ରାୟ ୧୯୦ କିଲୋମିଟର ଏହିପରି ଲୁଚି ଯାତ୍ରା କରୁଥିଲେ । ହେଲେ ହାସ୍ୟଜନକ କଥା ହେଉଛି ଯୁବକ ଜଣକଙ୍କୁ ଶୋଷ ଲାଗୁଥିବାରୁ ସେ ପାଣି ପାଇଁ ଚିତ୍କାର କଲେ । ଯାହା ଶୁଣି ଆରପିଏଫ୍ ଅଧିକାରୀମାନେ ଇଞ୍ଜିନ ଭିତରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଠାବ କରିଥିଲେ ।
ଦେଖନ୍ତୁ ସେହି ସମୟର ଭିଡ଼ିଓ :-
Amazing!
The young man kept traveling under the engine till 190 KM, people came to know when the sound of asking for water came. According to the driver of Buddha Purnima Express going from Rajgir to #Banaras via #Patna-Gaya, 1/2#Biharpic.twitter.com/99ZxtU1bLC
— Siraj Noorani (@sirajnoorani) June 8, 2022
ଏନେଇ ଟ୍ରେନ୍ ଚାଳକ ଜଣକ କହିଛନ୍ତି ଯେ, ‘ଇଞ୍ଜିନ୍ ତଳେ ଯୁବକ ଲୁଚିଥିବା ଖବର ଜାଣି ଉଦ୍ଧାର କରିବା ପାଇଁ ମୁଁ ସଙ୍ଗେ ସଙ୍ଗେ ରେଲୱେ ପ୍ରୋଟେକସନ ଫୋର୍ସ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲି । ଯୁବକଙ୍କ ମାନସିକ ଅବସ୍ଥା ଅସ୍ଥିର ଥିବା ଜଣାପଡୁଥିଲା । ଇଞ୍ଜିନରୁ ଉତ୍ପନ୍ନ ଅତ୍ୟଧିକ ଉତ୍ତାପ ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଆରପିଏଫ କର୍ମଚାରୀମାନେ ତାଙ୍କୁ ବାହାରକୁ ଆଣିବାବେଳେ ସେ ପାଣି ମାଗୁଥିଲେ। ’
ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆରପିଏଫ୍ କର୍ମଚାରୀମାନେ ତାଙ୍କୁ ଧରିବା ପୂର୍ବରୁ କିମ୍ବା ତାଙ୍କ ସ୍ଥାନ,ଠିକଣା ଚିହ୍ନଟ କରିବା ପୂର୍ବରୁ ହିଁ ସେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଆରପିଏଫ୍ ଅଧିକାରୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କୁ ପାଇନଥିଲେ ।
କେଉଁଠାରେ ଓ କିପରି ଇଞ୍ଜିନ୍ ଭିତରକୁ ପ୍ରବେଶ କଲେ?
ତେବେ ଯୁବକ ଜଣକ କେଉଁଠୁ ଏବଂ କିପରି ଇଞ୍ଜିନ ଭିତରକୁ ଚଢ଼ିଛନ୍ତି ସେନେଇ ରେଳ ଅଧିକାରୀମାନେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଜାଣିପାରି ନାହାଁନ୍ତି । ହେଲେ ହୁଏତ ଯୁବକ ଜଣକ ପ୍ରାୟ ୧୯୦ କିଲୋମିଟର ଯାତ୍ରା କରି ଇଞ୍ଜିନ ତଳେ ରହିଥିବାର ସେମାନେ ଆକଳନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)