Advertisment

Special Story: ଦୁଇ ସ୍ତ୍ରୀ ମଧ୍ୟରେ ବାଣ୍ଟି ହେଲେ ସ୍ୱାମୀ

ବିହାରର ପୂର୍ଣ୍ଣଆ ଅଞ୍ଚଳ। ଏଠାକାର ଜଣେ ବ୍ୟକ୍ତି ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଥିଲେ ଦ୍ୱିତୀୟ ବିବାହ। ସାତ ବର୍ଷ ପୂର୍ବେ ପୁଣି ବେଦିରେ ବସି ପକାଇଥିଲେ ହାତ ଗଣ୍ଠି। ଏହା ଜାଣିବା ପରେ ଚିହିଁକି ଉଠିଥିଲେ ପ୍ରଥମ ସ୍ତ୍ରୀ। ସହି ପାରିନଥିଲେ ସଉତୁଣୀକୁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଅଧା ତୋର, ଅଧା ମୋର

କୋଣାର୍କ ଗଣନାଟ୍ୟର ନାଟକ ‘କହଲୋ ବଉଳ କିଏ ତୋ ବର’। ଏ କାହାଣୀର ସଂଳାପ ଯାହା, ଆମେ ଆପଣଙ୍କୁ ଯେଉଁ ଖବର କହିବାକୁ ଯାଉଛୁ, ସେ ଖବରର କାହାଣୀ ବି ସମାନ । ଖାଲି ଫରକ ଏତିକି ସିଏ ମଞ୍ଚସ୍ଥ ନାଟକ । ଇଏ ଅସଲ ଜୀବନର କାହାଣୀ । ଯେଉଁଠି ଦୁଇ ସଉତୁଣୀଙ୍କ ମଧ୍ୟରେ ଭାଗ ହୋଇଛି ସ୍ୱାମୀ । ତିନି ଦିନ ତୋର ଆଉ ତିନି ଦିନ ମୋର । ଏଭଳି ଅଜବ ଘଟଣା ଘଟିଛି ବିହାରରେ ।

Advertisment

ଅଧିକ ପଢ଼ନ୍ତୁ: ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର, ରାମ ମନ୍ଦିର ସହ ରହିଛି ଏମିତି ସମ୍ପର୍କ

ବିହାରର ପୂର୍ଣ୍ଣଆ ଅଞ୍ଚଳ। ଏଠାକାର ଜଣେ ବ୍ୟକ୍ତି ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଥିଲେ ଦ୍ୱିତୀୟ ବିବାହ । ସାତ ବର୍ଷ ପୂର୍ବେ ପୁଣି ବେଦିରେ ବସି ପକାଇଥିଲେ ହାତ ଗଣ୍ଠି । ଏହା ଜାଣିବା ପରେ ଚିହିଁକି ଉଠିଥିଲେ ପ୍ରଥମ ସ୍ତ୍ରୀ । ସହି ପାରିନଥିଲେ ସଉତୁଣୀକୁ । ସ୍ୱାମୀକୁ ଅନ୍ୟ କାହା ସହ ଦେଖି ସେ ବରଦାସ୍ତ କରିପାରିନଥିଲା । ଏହାପରେ କଥା ଯାଇ ଥାନାରେ ପହଞ୍ଚିଥିଲା । ସମସ୍ତ ତିନି ଜଣଙ୍କୁ ବୁଝାସୁଝା କରିବା ପରେ ପୋଲିସ ମାମଲାଟିକୁ ପରିବାର ପରାମର୍ଶ କେନ୍ଦ୍ରକୁ ହସ୍ତାନ୍ତର କରିଦେଇଥିଲା ।

Advertisment

କାଉନସିଲିଂ ପରେ ଉକ୍ତ ବ୍ୟକ୍ତିଙ୍କୁ ଏବେ ସପ୍ତାହକୁ ତିନି ଦିନ ପ୍ରଥମ ସ୍ତ୍ରୀ ସହ ଓ ବାକି ତିନି ଦିନ ଦ୍ୱିତୀୟ ସ୍ତ୍ରୀ ସହ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଦିନ ପାଇଁ ମିଳିଛି ଅଫ୍‌ । ନିଜ ଖୁସି ଅନୁସାରେ ସମୟ ବିତାଇବକୁ ତାଙ୍କୁ ରହିଛି ଅନୁମତି । ପ୍ରଥମ ସ୍ତ୍ରୀ ଏବଂ ତାଙ୍କ ଦୁଇ ପିଲାଙ୍କ ପାଠପଢା ଏବଂ ଖାଇବା ଖର୍ଚ୍ଚ ପାଇଁ ପ୍ରତି ମାସରେ ୪ ହଜାର ଟଙ୍କା ଦେବାକୁ କୁହାଯାଇଛି । ତେବେ ବିହାରର ଏହି ମାମଲା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏମିତି କି ସୋସିଆଲ ମିଡିଆରେ ଏହି ଘଟଣା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Bihar
Advertisment
Advertisment