/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643185328.jpg)
Flag Hoisting
ସାରା ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ତେବେ ବିହାରରୁ ଏକ ଦୁଃଖଦ ଖବର ଆସିଛି। ବିହାରର ବକ୍ସର ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଜଣେ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ବକ୍ସର ସଦର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବକ୍ସର ସ୍ଥିତ ନାଥୁପୁର ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ସାଧାରଣତନ୍ତ୍ର ଦିବସ ଅବସରରେ ସ୍କୁଲ୍ରେ ଜାତୀୟ ପତାକା ଉତ୍ତୋଳନ ବେଳେ ସ୍କୁଲ୍ ଛାତ୍ରମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ବକ୍ସର ସଦର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଛାତ୍ରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପତାକା ଉତ୍ତୋଳନ ପାଇଁ ଛାତ୍ରମାନେ ସ୍କୁଲ୍ରେ ପହଞ୍ଚି ଥିଲେ। ଏହି ସମୟରେ ପତାକା ଲାଗିଥିବା ଖମ୍ବ(ପାଇପ୍)ରେ କରେଣ୍ଟ୍ ଚାର୍ଜ ହୋଇଯାଇଥିଲା। ଫଳରେ ଛାତ୍ରମାନେ ଏହା ସଂସ୍ପର୍ଶରେ ଆସି ଯାଇଥିଲେ। ଗୁରୁତର ଆହତ ଛାତ୍ରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଜଣେ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଛାତ୍ରଙ୍କ ଚିକିତ୍ସା ଚାଲିଛି।
ଘଟଣାକୁ ନେଇ ବକ୍ସର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। କେଉଁ ପରିସ୍ଥିତି ପାଇପ୍ରେ କରେଣ୍ଟ ଚାର୍ଜ ହେଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)