/odishatv-khabar/media/post_attachments/uploadimage/library/16_9/16_9_0/Bihar_news_1689244879.jpg)
Bihar news
ଚନ୍ଦା ମୁଣ୍ଡ ପାଇଁ ହଟହଟା ହେଲା ବର । ଧୁମ୍ ଗାଳି କରିବା ସହ ମାଡ଼ ମାରିଲେ କନ୍ୟା ଘର ପକ୍ଷ । ମାଡ଼ ଓ ଗାଳିକୁ ଡରି କନ୍ୟା ଘର ଲୋକଙ୍କ ନିକଟରେ ବର କ୍ଷମା ପ୍ରାର୍ଥନା କଲା । ତାହା ସହ ତା’କୁ ଛାଡ଼ି ଦେବାକୁ କାକୁତି ମିନତି ମଧ୍ୟ ହେଲା । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବର ଜଣଙ୍କୁ ତାଙ୍କ ମିଛ କେଶକୁ ନେଇ ଖୁବ୍ ଲଜ୍ଜିତ ହେବାକୁ ପଡ଼ିଛି ।
ସୂଚନା ମୁତାବକ ଏହି ଭିଡିଓଟି ବିହାରର ଗୟା ସହର ଅଞ୍ଚଳର । ବିବାହ ପାଇଁ ଜଣେ ଯୁବକ ତାଙ୍କ ଚନ୍ଦାମୁଣ୍ଡକୁ ଲୁଚାଇବାକୁ ଯାଇ ଅନେକ ହରକତ ହୋଇଛନ୍ତି। ବିହାଘର ସମୟରେ ବରମୁଣ୍ଡରେ ଫୁଲ ଓ ଆକର୍ଷଣୀୟ ମୁକୁଟ ଦେଖିବାକୁ ମିଳିଥିଲା । ହେଲେ ବିବାହ ସମୟରେ ଅନେକ ସମୟ ଧରି ଫୁଲ ଓ ସୁସଜ୍ଜିତ ମୁକୁଟ ବର ପିନ୍ଧିଥିବାରୁ କନ୍ୟା ଘର ପକ୍ଷରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ବରର ମୁକୁଟ କାଢ଼ିବାକୁ କନ୍ୟା ଘର ପକ୍ଷରୁ ଦାବି କରାଯାଇଥିଲା । ଯାହାଫଳରେ ବର ଜଣକ ଚନ୍ଦା ରହିଥିବା ଜଣାପଡ଼ିଥିଲା । ଖାଲି ସେତିକି ନୁହେଁ, ବରର ପଗଡ଼ି ତଳେ ନକଲି କେଶ ମଧ୍ୟ ରହିଥିବା ଜାଣିବାକୁ ପାଇଥିଲେ କନ୍ୟା ଘର ପକ୍ଷ । ଯାହାକୁ ନେଇ ଆରମ୍ଭ ହୋଇଥିଲା ଉତ୍ତେଜନା ।
ବରକୁ ଚନ୍ଦା ଅବସ୍ଥାରେ ଦେଖି କନ୍ୟା ଘର ପକ୍ଷ ଲୋକ ରାଗି ଯାଇଥିଲେ । କାହିଁକି ଏହି କଥା ଲୁଚାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କିଛି ଲୋକ ବରକୁ ମାଡ଼ ମାରିବାକୁ ମଧ୍ୟ ପ୍ରୟାସ କରିଥିଲେ । ଖାଲି ସେତିକି ନୁହେଁ, ଗାଳି ଗୁଲଜ ମଧ୍ୟ କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଭିଡିଓରେ କନ୍ୟା ଘରପକ୍ଷ ବହୁତ୍ ଜୋରରେ ରାଗିଯାଇଥିବା ଦେଖିବାକୁ ମିଳୁଛି । ବରର ପ୍ରତାରଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବର ମଧ୍ୟ ଏଥିପାଇଁ କ୍ଷମା ମାଗିଥିବା ଜଣାପଡ଼ିଛି । ଖାଲି ଏତିକି ନୁହେଁ, ବ୍ୟକ୍ତି ଜଣଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ଯାହା ପରବର୍ତ୍ତୀ ସମୟରେ ଜଣାପଡ଼ିଛି । ଲୋକମାନେ ଏହା ଜାଣିବା ପରେ ବରକୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଛନ୍ତି । ହେଲେ ଏନେଇ ଥାନାରେ ମାମଲା ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ ।
When the poll was revealed, the bald groom was thrashed fiercely, the person had reached for second marriage by applying fake hair. The case is of Bajaura village under Dobhi police station. #Bihar#Viralvideopic.twitter.com/QSPSeFrrF7
— Yauvani (@yauvani_1) July 12, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)