Advertisment

Naxals Killed in Chhattisgarh: ସରି ଆସୁଛି ଲାଲଗଡ଼ରେ ମାଓବାଦୀଙ୍କ ଆୟୁଷ; ମୂଳପୋଛ ହୋଇଯିବେ ବିକାଶ ବିରୋଧୀ !

ଧ୍ବଂସ ହେବାକୁ ବସିଛି ହିଂସାର ସୀମା ଡେଇଁଥିବା ନକ୍ସଲବାଦ। ଆଜି ଭୋରରୁ ସଫା ହୋଇଯାଇଛନ୍ତି ସତର ସତର ଜଣ ମାଓବାଦୀ।

17 Naxals Killed in Chhattisgarh's Sukma Encounter

17 Naxals Killed in Chhattisgarh's Sukma Encounter

Advertisment

ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ଆଜି ପୁଣି ସଫା ହୋଇଯାଇଛନ୍ତି ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଛନ୍ତି ସୁରକ୍ଷାକର୍ମୀ। କେବଳ ଆଜି ନୁହେଁ, ଗତ ୩ ମାସ ହେଲା, ଯେଉଁଠୁ ଖବର ଆସିଛି, ସେଇଠି ପଶି ଧ୍ବଂସ କରିଛନ୍ତି ନକ୍ସଲ ଆଡ୍ଡାକୁ। ନକ୍ସଲଙ୍କ ଅଭୟାରଣ୍ୟ ସାଜିଥିବା ଛତିଶଗଡ଼ରେ ଚାଲିଥିବା ମାଓ ଦମନ ଅପରେସନକୁ ଦେଖିଲେ ଲାଗୁଛି, ଗୃହମନ୍ତ୍ରୀ ଶାହଙ୍କ ଡେଡଲାଇନ୍ ଅନୁଯାୟୀ, ଆସନ୍ତା ମାର୍ଚ୍ଚ ବେଳକୁ ବିନାଶ ହୋଇ ସାରିଥିବ ନକ୍ସଲବାଦ।

Advertisment

ସରି ଆସୁଛି ଲାଲଗଡ଼ରେ ମାଓବାଦୀଙ୍କ ଆୟୁଷ। ଧ୍ବଂସ ହେବାକୁ ବସିଛି ହିଂସାର ସୀମା ଡେଇଁଥିବା ନକ୍ସଲବାଦ। ଆଜି ଭୋରରୁ ସଫା ହୋଇଯାଇଛନ୍ତି ସତର ସତର ଜଣ ମାଓବାଦୀ। ଜଙ୍ଗଲ ଭିତରୁ ୧୭ଟି ମୃତଦେହକୁ ଆଣି ସୁକମା ପୋଲିସ ଲାଇନରେ ରଖିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ AK-47, SLR ଓ ଇନସାସ୍ ବନ୍ଧୁକ ସହ ମିଳିଛି ବିପୁଳ ଅସ୍ତ୍ରଶସ୍ତ୍ର। ଛତିଶଗଡ଼ ସୁକମା ଜିଲ୍ଲା ଉପମପାଲ୍ଲି ଜଙ୍ଗଲ ଭିତରେ ଏନକାଉଣ୍ଟର ସାରି ଫେରିବା ପରେ ସାହସୀ ଯବାନଙ୍କୁ ମିଠା ଖୁଆଇ ସ୍ବାଗତ କରିଛନ୍ତି ଅଧିକାରୀ। ସାବାସୀ ଦେବା ସହ ଯବାନଙ୍କ ମନରେ ଭରିଛନ୍ତି ଉତ୍ସାହ। ଏତେବଡ଼ ସଫଳତା ପାଇ ଯବାନ ବି ଖୁସି ବ୍ୟକ୍ତ କରିଛନ୍ତି। 

ଅଧିକ ପଢନ୍ତୁ: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ

୨୮ ମାର୍ଚ୍ଚ। ବିଶ୍ବସ୍ତ ସୂତ୍ରରୁ ଛତିଶଗଡ଼ ପୋଲିସ ପାଖରେ ଖବର ପହଞ୍ଚିଲା ସୁକମା ଜିଲ୍ଲା ଉପମପାଲ୍ଲି ଜଙ୍ଗଲରେ ଚାଲିଛି ମାଓମେଳି। ଯେଉଁଠି ଉପସ୍ଥିତ ଥିଲେ ଦଭରା ଡିଭିଜନାଲ କମିଟି, ବଲାଙ୍ଗିର ଏରିଆ କମିଟି ଏବଂ କେର୍ଲାପାଲ୍ ଏରିଆ କମିଟିର କ୍ୟାଡର୍ ମାଓବାଦୀଙ୍କ ସହ ଅନ୍ୟ ସଦସ୍ୟ। ଏହି ଖବର ପରେ ଜିଲ୍ଲାର ବିଭିନ୍ନ କ୍ୟାମ୍ପରୁ ପ୍ରାୟ ୫ଶହ ଡିଆରଜି ଏବଂ ସିଆରପି ଯବାନ ବାହାରିଲେ ଅପରେସନରେ। ରାତି ପ୍ରାୟ ୪ଟା ମଧ୍ୟରେ ଅତି ଚତୁରତାର ସହ ଘେରିଗଲେ ମାଓବାଦୀଙ୍କୁ। ଆଉ ଠିକ୍ ସକାଳ ସାଢ଼େ ୬ଟା ବେଳକୁ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଉଭୟ ପକ୍ଷରୁ ଚାଲିଲା ଘମାଘୋଟ ଲଢ଼େଇ। ଗଛ ଗୁଡ଼ିକରେ ସ୍ପଷ୍ଟ ବାରି ହେଉଥିଲା ବୁଲେଟ୍ ଚିହ୍ନ। କାହାର ଚପଲ ପଡ଼ିରହିଛି ତ କେଉଁଠି ଲାଗିଛି ରକ୍ତର ଚିହ୍ନ। ପ୍ରାୟ ୩ ଘଣ୍ଟା ଧରି ଅର୍ଥାତ ସକାଳ ୯ଟା ଯାଏଁ ଚାଲିଥିଲା ନନଷ୍ଟପ୍ ଫାଏରି। ଯେଉଁଥିରେ ଟଳିପଡ଼ିଥିଲେ ୧୭ ମାଓବାଦୀ। ତାହାରି ଭିତରେ ଦଭରା ଡିଭିଜିନାଲ କମିଟି ପ୍ରଭାରୀ ଜଗଦୀଶ ବି ବାଦ୍ ପଡ଼ିନି। ତେବେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। 

Advertisment

୨୦୨୪ରୁ ୨୦୨୫ ମାର୍ଚ୍ଚ। ଅର୍ଥାତ ଗତ ୧୫ ମାସ ମଧ୍ୟରେ ୩୩୪ ମାଓବାଦୀ ନିହତ ହେଲେଣି ଲାଲବାହିନୀଙ୍କ ଅଭୟାରଣ୍ୟ ସାଜିଥିବା ଛତିଶଗଡ଼ରେ। ତାମଧ୍ୟରେ ଚଳିତ ବର୍ଷ ଏହି ୩ ମାସ ମଧ୍ୟରେ ଅବିଭକ୍ତ ବସ୍ତର ଜିଲ୍ଲାରେ ୧୧୭ ଜଣଙ୍କ ପ୍ରାଣହାନୀ ହୋଇସାରିଲାଣି। ସେ ଅବୁଝମାଡ଼ ଜଙ୍ଗଲ ହେଉ ଅବା ଗାଙ୍ଗାଲୁର। ଯେଉଁଠି ଯେଉଁଠି ମାଓବାଦୀଙ୍କ ଆଡ୍ଡା ଥିବା ଖବର ଆସିଛି, ସେଇଠି ପଶି ସଫା କରିଦେଇଛନ୍ତି ସୁରକ୍ଷାକର୍ମୀ। ଆଜିର ସଫଳତା ପରେ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ ପାଇଁ ରଖିଥିବା ଡେଡଲାଇନକୁ ଦୋହରାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତା’ସହ ସୋସିଆଲ୍ ମିଡ଼ିଆ X ଜରିଆରେ ମାଓବାଦୀଙ୍କ  ଉଦ୍ଦେଶ୍ୟରେ ଅପିଲ୍ କରି କହିଛନ୍ତି, ହିଂସା ଓ ଅସ୍ତ୍ର ନୁହେଁ ବରଂ ଶାନ୍ତି ଏବଂ ବିକାଶ ଦ୍ବାରା ପରିବର୍ତ୍ତନ ସମ୍ଭବ। 

ଅଧିକ ପଢନ୍ତୁ: ସବୁ ଧରାଇଦେଲା CCTV, ଏମିତି ଥିଲା ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍ 

Chhattisgarh Encounter Naxals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ