Big Blow To Sonia Gandhi: ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ ସୋନିଆ, ଘେରିଲା ବିଜେପି

ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

ଫସିଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି । ମହାମହିମ ରାଷ୍ଟ୍ରପତିଙ୍କ ସମ୍ପର୍କରେ ପୁଅ ରାହୁଲ ଗାନ୍ଧିଙ୍କ ସହ କରିଥିବା ଆଲୋଚନା ଓ ମନ୍ତବ୍ୟ ତାଙ୍କ ପାଇଁ ଏବେ ମହଙ୍ଗା ପଡ଼ିଛି । ସୋନିଆ ଗାନ୍ଧି ରାଷ୍ଟ୍ରପତିଙ୍କୁ 'ପୁଅର୍ ଲେଡି' କହିବା ପରେ ସୋନିଆଙ୍କୁ ଘେରିଛି ବିଜେପି । ଏଭଳି ମନ୍ତବ୍ୟ ପାଇଁ ସେ ତୁରନ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି ।

ସେପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଏ ଘଟଣାରେ ତୀବ୍ର ପତ୍ରିକ୍ରିୟା ପ୍ରକାଶ କରିଥିବା ବେଳେ ରାଷ୍ଟ୍ରପତି ଭବନ ପକ୍ଷରୁ ସୋନିଆଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ବିବୃତ୍ତି ଜାରି ହୋଇଛି । ପୁଣି ରାଷ୍ଟ୍ରପତିଙ୍କୁ ଅପମାନ ଦେଲେ ସୋନିଆ ଗାନ୍ଧି । ଦେଶର ପ୍ରଥମ ନାଗରିକଙ୍କୁ ତାଛଲ୍ୟ କରିବା ପରେ ସୋନିଆଙ୍କୁ ଘେରିଛି ବିଜେପି । ଗଣତନ୍ତ୍ରର ମନ୍ଦିର ଆଗରେ ମହାମହିମଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ।

ସଂସଦରେ ବଜେଟ ଅଧିବେଶନର ଆରମ୍ଭରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦେଇଥିବା 'POOR LADY' ମନ୍ତବ୍ୟକୁ ନେଇ ସୃଷ୍ଟିହେଲା ରାଜନୈତିକ ଝଡ଼ । ଆଜି ବଜେଟ ଅଧିବେଶନ ଆରମ୍ଭରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରି ମୋଦି ସରକାରଙ୍କ ସଫଳତାର ଫର୍ଦ୍ଦ ଓଲଟାଇଥିଲେ ରାଷ୍ଟ୍ରପତି । ଅଧିବେଶନ ପରେ ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କାଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ପର୍କରେ ପଚାରିଥିଲେ ରାହୁଲ । ଆଉ ଉତ୍ତରରେ ସୋନିଆ ଦେଇଥିଲେ ଏଭଳି ମନ୍ତବ୍ୟ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ଘଟଣା ପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଉଭୟ ସୋନିଆ ଗାନ୍ଧି ଓ କଂଗ୍ରେସ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି, ରାଜକୀୟ ପରିବାର ସଦସ୍ୟ, ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଆରମ୍ଭ କରିଛନ୍ତି । ଏହା ଦେଶର ୧୦ କୋଟି ଆଦିବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ମୋଦି ।

ଏପଟେ ସୋନିଆଙ୍କୁ ବିରୋଧ କରି ଦେଶବ୍ୟାପୀ ଦେଖାଦେଇଛି ପ୍ରତିବାଦ ଓ କଂଗ୍ରେସ ବିରୋଧୀ ନାରାବାଜି ଦେଖିବାକୁ ମିଳିଛି । ଭୁବନଶ୍ବରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସେପଟେ ଝିଅ ପ୍ରିୟଙ୍କା ଏ ମାମଲାରେ ସୋନିଆଙ୍କୁ ସମର୍ଥନ କରି ଏହାକୁ ମିଡିଆ ଟ୍ବିଷ୍ଟ ବୋଲି ମତ ରଖିଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସୋନିଆ ଗାନ୍ଧିଙ୍କ ଏଭଳି ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି ଖୋଦ୍ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି । ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଅଭିଭାଷଣ ରଖିବାବେଳେ ରାଷ୍ଟ୍ରପତି ଥକି ଯାଇନଥିଲେ ବରଂ ସମାଜର ଅବହେଳିତ, ମହିଳା ଓ ଚାଷୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଥିଲେ ।

ଅଧିକ ପଢ଼ନ୍ତୁ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ; କାଲି ଖୋଲିବ ନିର୍ମଳାଙ୍କ ପେଡ଼ି