Advertisment

Srijana Subedi Bibek Pangrni Love Story: ଭାଗ୍ୟ ସହ ବିଧାତାର ଖେଳ; କର୍କଟ ଆକ୍ରାନ୍ତ ସ୍ବାମୀ ପାଇଁ ଲଢ଼େଇ କରି ହାରିଗଲେ ପତ୍ନୀ ଶ୍ରୀଜାନା

କହନ୍ତି, ବିବାହ ପରେ ସାତ ଜନ୍ମର ସାଥୀବନ୍ତି ଯାଆନ୍ତି ପତି-ପତ୍ନୀ। ବାହା ବେଦିରେ ସାତ ଫେରା ଦେଇ ଦୁହେଁ ଦୁହିଁଙ୍କର ସୁଖଦୁଃଖର ସାଥୀ ପାଲଟନ୍ତି। ହେଲେ କିଏ ଜାଣିଥିଲା ବିବେକ ପାଙ୍ଗେନି ଏବଂ ଶ୍ରୀଜାନା ସୁବେଦୀଙ୍କ ସହ ଭାଗ୍ୟ ଖେଳିବ ବିଚିତ୍ର ଖେଳ।

Srijana Subedi Bibek Pangrni Love Story

Srijana Subedi Bibek Pangrni Love Story

Advertisment

କେଉଁଠି ବିବାହ ବିଚ୍ଛେଦ ପାଇଁ ପତ୍ନୀ ୩ କୋଟି ମାଗି, ପୁଳା ପୁଳା ମିଛ ମାମଲା ଛନ୍ଦିବାରୁ ସ୍ବାମୀ ଜୀବନ ହାରୁଛି, ତ ଆଉ କେଉଁଠି ସାତ ଜନ୍ମର ସାଥୀ ସାଜିବା ପାଇଁ ପଣ କରିଥିବା ପତ୍ନୀଟିଏ କ୍ୟାନସର୍ ପୀଡ଼ିତ ସ୍ବାମୀଙ୍କୁ ଜୀବନ ଯୁଦ୍ଧରେ ସାଥ୍ ଦେଇ ଶେଷରେ ହାରିଯାଉଛି। କିଛିଦିନ ହେଲା ଏଭଳି ୨ଟି ଘଟଣା ପରେ ସବୁଠି ଚର୍ଚ୍ଚା, ବାସ୍ତବରେ କେମିତି ହେବା କଥା ଲାଇଫ୍ ପାର୍ଟନର୍ ? ଆସନ୍ତୁ ଜାଣିବା, ଦାଂପତ୍ୟ ଜୀବନର ଏକ ଲୁହ ଭିଜା କାହାଣୀ। ଶ୍ରୀଜାନା-ବିବେକଙ୍କ ନିରୁତା ଭଲ ପାଇବାର କାହାଣୀ...

Advertisment

କହନ୍ତି, ବିବାହ ପରେ ସାତ ଜନ୍ମର ସାଥୀବନ୍ତି ଯାଆନ୍ତି ପତି-ପତ୍ନୀ। ବାହା ବେଦିରେ ସାତ ଫେରା ଦେଇ ଦୁହେଁ ଦୁହିଁଙ୍କର ସୁଖଦୁଃଖର ସାଥୀ ପାଲଟନ୍ତି। ହେଲେ କିଏ ଜାଣିଥିଲା ବିବେକ ପାଙ୍ଗେନି ଏବଂ ଶ୍ରୀଜାନା ସୁବେଦୀଙ୍କ ସହ ଭାଗ୍ୟ ଖେଳିବ ବିଚିତ୍ର ଖେଳ। ନିଷ୍ଠୁର ଦଇବ ଛଡ଼ାଇ ନେବ ଶ୍ରୀଜୀନାଙ୍କ ମଥାର ସିନ୍ଦୂର। ଦୀର୍ଘଦିନ ଧରି କ୍ୟାନସର ସହ ଲଢ଼ୁଥିବା ଇଣ୍ଟରନେଟ୍ ସେନସେସନ୍ ବିବେକ ପାଙ୍ଗେନିଙ୍କ ଜୀବନ ବଞ୍ଚାଇବାକୁ ଯୁବା ବୟସରେ ପତ୍ନୀ ଶ୍ରୀଜାନା କେତେ ଯେ ରାତି ଅନିଦ୍ରା ହୋଇଛନ୍ତି। ଭୋକ ଶୋଷ ଭୁଲିଛନ୍ତି। ତାଙ୍କ ଛଡ଼ା ଆଉ କେହି ଜାଣିନଥିବେ। କିନ୍ତୁ ଦଇବ ଲେଖାକୁ ଲିଭାଇ ପାରିବ କିଏ। ଶେଷରେ ହାରିଗଲେ ଶ୍ରୀଜାନା। ଇହଜଗତରୁ ସ୍ବାମୀଙ୍କୁ ଜଣାଇଲେ ଅନ୍ତିମ ବିଦାୟ। ଆଜିକୁ ୫ ଦିନ ହେଲା, ସ୍ବାମୀଙ୍କ ଅବର୍ତ୍ତମାନରେ ପାଲଟି ଯାଇଛନ୍ତି ଅସହାୟ। ସୋସିଆଲ୍ ମିଡ଼ିଆରେ ସମବେଦନା ଜଣାଉଛନ୍ତି ଲକ୍ଷ ଲକ୍ଷ ୟୁଜର୍ସ।

ଅଧିକ ପଢ଼ନ୍ତୁ: ତେଲେଙ୍ଗାନା ରାଜନୀତିରେ ଅଲ୍ଲୁ ଅର୍ଜୁନ ଝଡ, କଂଗ୍ରେସ ବିଜେପି ମୁହାଁମୁହିଁ

Advertisment

ନେପାଳର ୩୨ ବର୍ଷିୟ ବିବେକ...୩୦ ବର୍ଷିୟା ଶ୍ରୀଜାନା...ସୋସିଆଲ୍ ମିଡ଼ିଆର ସେନସେସନ୍ କପଲ୍...ଜର୍ଜିଆ ୟୁନିଭର୍ସିଟିରେ ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନର ପିଏଚ୍‌ଡ଼ି ଛାତ୍ର ବିବେକ ୨୦୨୨ରୁ ଶିକାର ହୋଇଥିଲେ ବ୍ରେନ ଟ୍ୟୁମରରେ। ଆମେରିକାରେ ଚାଲିଥିଲା ତାଙ୍କ ଚିକିତ୍ସା। ସେହି ସମୟରେ ପାଖରେ ନିଜେ ଦମ୍ଭ ସାଜି ଛିଡ଼ା ହୋଇଥିଲେ ଶ୍ରୀଜାନା। ପ୍ରମାଣିତ କରିଥିଲେ ଅତୁଟ ପ୍ରେମ ଏବଂ ଅଗାଧ ବିଶ୍ବାସର ଭାବଧାରାକୁ। ଅନିଶ୍ଚିତତାର ମୂହୁର୍ତ୍ତରେ ବି ଚିକିତ୍ସା ବ୍ୟବସ୍ଥାର ଜାଲ ଭିତରେ ଛନ୍ଦି ହୋଇ, ଆଶା, ଆକାଂକ୍ଷାକୁ ବଳିଦେଇ କେତେ ଯେ ଡାକ୍ତରଖାନା ଦୌଡ଼ିଛନ୍ତି, ତାର ହିସାବ ନାହିଁ। କିନ୍ତୁ ରୋଗାକ୍ରାନ୍ତ ସ୍ବାମୀ ସାମ୍ନାରେ ପରିପ୍ରକାଶ କରୁନଥିଲେସେସବୁକୁ। ଶେଷରେ ୨ ବର୍ଷ ଧରି ଚାଲିଥିବା ଲଢ଼େଇରେ ପଡ଼ିଲା ଯବନିକା। ଶତଚେଷ୍ଟା ସତ୍ତ୍ୱେ ସ୍ବାମୀଙ୍କ ଜୀବନ ବଞ୍ଚାଇନପାରିବାରୁ ଆଜି ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଶ୍ରୀଜାନା।

AI ଇଞ୍ଜିନିୟର ଅତୁଲ ସୁଭାଷ ଓ ନିକିତା ସିଂଘାନିଆ ବି ଦିନେ ସୁଖର ସ୍ବପ୍ନର ସଂସାରଟିଏ ଗଢ଼ିବା ପାଇଁ ବନଥିଲେ ପତି-ପତ୍ନୀ। କିନ୍ତୁ ଦୁର୍ଭାଗ୍ୟ, ମୁଣ୍ଡକୁ ଜୁଟିଥିଲା ବିବାହ ବିଚ୍ଛେଦର ଭିନ୍ନ ଭାବନା। ଏଥିପାଇଁ ୩ କୋଟି ମାଗୁଥିବା ଏବଂ ୯ଟି ମିଛ ମାମଲା କରିଥିବାରୁ ପତ୍ନୀ, ଶାଶୁ ଏବଂ ଶାଳକଙ୍କୁ ଦାୟୀ କରି ୨୪ ପୃଷ୍ଠାର ହାତଲେଖା ଏବଂ ଦେଢ଼ ଘଣ୍ଟାର ଭିଡ଼ିଓ ଛାଡ଼ି ଜୀବନ ହାରି ଦେଇଥିଲେ ଅତୁଲ। ଯାହାକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ ବିବେକ-ଶ୍ରୀଜାନା ଯୋଡ଼ି ଆଜି ସମସ୍ତଙ୍କ ପାଇଁ ଛାଡ଼ି ଯାଇଛନ୍ତି ଅବିସ୍ମରଣୀୟ କାହାଣୀ। ସେଥିପାଇଁ ସୋସିଆଲ୍ ମିଡ଼ିଆରେ ଏବେ ଅନେକଙ୍କ ମତ, ଭାଗ୍ୟରେ ଥିଲେ ମିଳନ୍ତି ଏଭଳି ପତ୍ନୀ।

Advertisment

ଅଧିକ ପଢ଼ନ୍ତୁ: ବିଜେଡିକୁ ସଞ୍ଜୀବନୀ ଦେବ କି ପ୍ରତିଷ୍ଠା ଦିବସ ? ଆୟୁ ସରି ଆସୁଛି କହି ଛିଗୁଲେଇଲା ବିଜେପି

Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ