/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678776845.jpg)
Bhopal gas tragedy
ଭୋପାଳ ଗ୍ୟାସ୍ ପୀଡ଼ିତଙ୍କୁ ବଡ଼ ଝଟ୍କା । ବହୁ ଚର୍ଚ୍ଚିତ ୧୯୮୪ ଭୋପାଲ ଗ୍ୟାସ୍ ଟ୍ରାଜେଡି ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଅଧିକ କ୍ଷତିପୂରଣ ଦିଆଯିବନି । କେନ୍ଦ୍ର ପକ୍ଷରୁ ଦାୟର ହୋଇଥିବା କ୍ୟୁରେଟିଭ ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିବା ସହ ଭୋପାଲ ଗ୍ୟାସ ଘଟଣାରେ ପୀଡିତଙ୍କୁ କ୍ଷତିପୂରଣ ଦେବାରେ ଘୋର ଅବହେଳା ହୋଇଥିବା ନେଇ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ପ୍ରଭାବିତଙ୍କୁ ଅଧିକ ୭,୮୪୪ କୋଟି ଦେବାକୁ ପିଟିସନ୍ ହୋଇଥିଲା । ଆମେରିକୀୟ କମ୍ପାନୀ ୟୁନିଅନ୍ କାର୍ବାଇଡ୍ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ପୁନର୍ବାର ବିଚାର ପରିସରଭୁକ୍ତ କରିବା ସହ ୭୪୦୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ କେନ୍ଦ୍ର ସରକାର। ଜାନୁଆରୀ ୧୨ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ, ଯାହାକୁ ଏବେ ଖାରଜ କରାଯାଇଛି ।
ସୂଚନାଯୋଗ୍ୟ ୧୯୮୪ର ଘଟିଥିଲା ଏହି ଦୁର୍ଘଟଣା । ୧୯୮୪ ଡିସେମ୍ବର ୪ ତାରିଖ ରାତିରେ ଭୋପାଳ ସ୍ଥିତ କାର୍ବାଇଡ୍ କମ୍ପାନୀରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ୍ ଲିକ୍ ହୋଇ ଚାରିଆଡେ ବ୍ୟାପିଥିଲା । ରାତିରେ ଏହି ଘଟଣା ଘଟିଥିବାରୁ ଅଧିକାଂଶ ଲୋକେ ଗଭୀର ନିଦରେ ଶୋଇଥିଲେ । ତେଣୁ ଶୋଇଥିବା ଅବସ୍ଥାରେ ହିଁ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)