• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଆଉ ସେହି ଭିଡିଓକୁ ଭାରତ ମାଟ୍ରିମୋନି ପକ୍ଷରୁ ଟ୍ୱିଟ କରାଯାଇଛି । ଏହି ଭିଡିଓରେ ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଭାରତ ମାଟ୍ରିମୋନି । ଭିଡିଓରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚର କଥାକୁ ଦେଖାଯାଇଛି । ହୋଲି ଦିନ ଏହି ଭିଡିଓକୁ ପୋଷ୍ଟ କରାଯାଇଛି । ବଡ଼ କଥା ହେଲା, ଏଥର ହୋଲି ଓ ଆନ୍ତର୍ଜାତୀୟ ମହିଳା ଦିବସ ଗୋଟିଏ ଦିନରେ ପଡ଼ିଛି ।

ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳାଙ୍କ ମୁହଁରେ ରଙ୍ଗ ଲାଗିଛି । ଆଉ ସେହି ରଙ୍ଗକୁ ଧୋଇବା ପରେ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ଜଳ ଜଳ ହୋଇ ଦିଶୁଛି । ଭିଡିଓରେ କୁହାଯାଇଛି ଯେ, ଏମିତି କିଛି ରଙ୍ଗ ଥାଏ ଯାହା ଧୋଇଦେଲେ ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଏମିତି ବି କିଛି ରଙ୍ଗ ଅଛି ଯାହାକୁ ଯେତେ ଧୋଇଲେ ବି ଛାଡ଼ିବନି ।

ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି । ସତେ ଯେମିତି କି ଏକ ଡିବେଟ ଆରମ୍ଭ ହୋଇଛି । କେହି କେହି ମାଟ୍ରିମୋନିକୁ ବଏ କଟ୍ କରିବାକୁ ସ୍ଲୋଗାନ ଦେଉଥିବା ବେଳେ କେହି କେହି ମହିଳାଙ୍କ ପ୍ରତି ସମାଜରେ ଅତ୍ୟାଚାର ହେଉଥିବା କଥାକୁ ସ୍ୱୀକାର କରିଛନ୍ତି ।  ତେଣୁ ଏବେ ଟ୍ୱିଟରରେ #BoycottBharatMatrimony ଟ୍ରେଣ୍ଡ କରୁଛି ।

ଭାରତ ମାଟ୍ରିମୋନି ପକ୍ଷରୁ କରଯାଇଥିବା ଟ୍ୱିଟ୍‌ରେ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ଅନେକ ମହିଳା ଆଉ ହୋଲି ଖେଳୁ ନାହାନ୍ତି । କାରଣ ହେଲା, ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର । ମହିଳାଙ୍କୁ ହୋଲି ସମୟରେ ହାରାସ କରଯାଉଥିବାରୁ ସେମାନେ ହୋଲି ଖେଳୁ ନାହାନ୍ତି ।  ଏହି ଭିଡିଓ ଦେଖିବା ପରେ ହିଁ #BoycottBharatMatrimony ଟ୍ରେଣ୍ଡ କରିବା ଆରମ୍ଭ ହୋଇଥିଲା । କାରଣ ଏଥର ହୋଲି ଦିନ ହିଁ ମହିଳା ଦିବସ ପାଳନ କରାଯାଇଥିଲା । ଖାଲି #BoycottBharatMatrimony ଟ୍ରେଣ୍ଡ କରିନଥିଲା ଏହା ସହ  #BeChoosy #Holi #Holi2023 #WomensDay ମଧ୍ୟ ଟ୍ରେଣ୍ଡ କରିଥିଲା ।