Advertisment

ଦ୍ୱିତୀୟ ଦିନରେ ଭାରତ ବନ୍ଦ; ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ବନ୍ଦ ପାଳନ

ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ । ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ଗତକାଲି ଏବଂ ଆଜି ୨ ଦିନିଆ ବନ୍ଦ ଡାକରା ଦିଆଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Bharat Bandh

Bharat Bandh

ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ । ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ  ଗତକାଲି ଏବଂ ଆଜି ୨ ଦିନିଆ ବନ୍ଦ ଡାକରା ଦିଆଯାଇଛି । ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ସଂସ୍ଥାର ବିକ୍ରି ବନ୍ଦ, ଅହେତୁକ ଦରଦାମ୍ ବୃଦ୍ଧି, ଇପିଏଫ ଜମା ଉପରେ ସୁଧହାର ହ୍ରାସ ଓ କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।

Advertisment

ଗତକାଲି ଭାରତ ବନ୍ଦର ପ୍ରଥମ ଦିନରେ ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ୱରରେ ବନ୍ଦ ବେଶି ପ୍ରଭାବିତ ହୋଇଥିଲା ।ଅନେକ ସ୍ଥାନରେ ବିଭିନ୍ନ ଶ୍ରମିକ ସଂଗଠନର ସଦସ୍ୟ ପିକେଟିଂ କରି ବନ୍ଦ ସଫଳ କରିବାକୁ ପ୍ରୟାସ କରିଥିଲେ ବନ୍ଦ ଯୋଗୁଁ ଟ୍ରେନ ଓ ବସ୍ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ଷ୍ଟେସନରେ ଶ୍ରମିକ ସଂଘର କର୍ମକର୍ତ୍ତା ପହଞ୍ଚି ରେଳ ରୋକ କରିଥିଲେ ।

ସେହିପରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଘ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ବନ୍ଦ ସଫଳ କରିବାକୁ ଚେଷ୍ଟା କରିଥିଲେ । କେବଳ ରାଜଧାନୀ ନୁହଁ ପ୍ରମୁଖ ସହର କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଏବଂ ବଲାଙ୍ଗିରରେ ମଧ୍ୟ ବନ୍ଦର ସାମାନ୍ୟ ପ୍ରଭାବ ପରିଲକ୍ଷିତ ହୋଇଥିଲା । ବନ୍ଦ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାଧାରଣ ଜନଜୀବନ ବ୍ୟାହତ ହୋଇଥିଲା ।

Advertisment

ଅନ୍ୟପକ୍ଷେ, ଗତକାଲି କେରଳ ହାଇକୋର୍ଟ ସରକାରୀ କର୍ମଚାରୀଙ୍କୁ ଟ୍ରେଡ ୟୁନିଅନ ଡାକରା ଦେଇଥିବା ୪୮ ଘଣ୍ଟିଆ ଦେଶବ୍ୟାପୀ ବନ୍ଦରେ ଭାଗ ନେବାକୁ ବାରଣ କରିଛନ୍ତି। ହାଇକୋର୍ଟଙ୍କ ଅନୁଯାୟୀ ସରକାରୀ କର୍ମଚାରୀମାନେ ଶ୍ରମିକଙ୍କ ଆଭିମୁଖ୍ୟରେ ଆସନ୍ତି ନାହିଁ ଏବଂ ଧର୍ମଘଟରେ ସେମାନଙ୍କର ଅଂଶଗ୍ରହଣ କରିବା ନିୟମ ବିରୁଦ୍ଧ ଅଟେ।

Bharat Bandh
Advertisment
Advertisment