• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହଙ୍ଗା ପଡ଼ିଲା ନିର୍ବାଚନୀ ସର୍ତ୍ତ । ସମର୍ଥକଙ୍କୁ ବାଇକ୍‌ ହରାଇବାକୁ ପଡ଼ିଲା । ହାରିଲେ ଅଖିଲେଶ, ସପା ସମର୍ଥକଙ୍କ ହାତରୁ ଚାଲିଗଲା ବାଇକ୍‌ । ନିର୍ବାଚନରେ ହାରଜିତ୍‌ ପାଇଁ ଦୁଇ ପଡ଼ୋଶୀ ମଧ୍ୟରେ ବେଟ୍‌ ଲାଗିଥିଲା । ​​ ତିନ୍ଦୱାରୀ ବିଧାନସଭାର ବାହରୀ ଗାଁର ଦୁଇ ପକ୍ଷ ଅଖିଳେଶ ଯାଦବ ଏବଂ ଯୋଗୀ ଆଦିତ୍ୟନାଥଙ୍କ ବିଜୟ ଉପରେ ବାଜି ଲଗାଇଥିଲେ । ଅବଧେଶ କୁଶୱା ଓ ବ୍ରିଜକିଶୋର ସାଇନିଙ୍କ ମଧ୍ୟରେ ସର୍ତ୍ତ ଲାଗିଥିଲା ।

ସପା ସମର୍ଥକ ଅବଧେଶ କୁଶୱା ନିର୍ବାଚନୀ ମାହୋଲ ଭିତରେ ଆଲୋଚନା ଭିତରେ ହଠାତ୍ ଦିନେ ପଡୋଶୀ ଅଞ୍ଚଳରେ ରହୁଥିବା ବିଜେପି ସମର୍ଥକଙ୍କ ସହ ଏକ ସର୍ତ୍ତ ଲଗାଇଥିଲେ । ଅଖିଳେଶଙ୍କ ସରକାର ଗଠନ ହେଲେ ନିଜ ପଡ଼ୋଶୀଙ୍କୁ ବାଇକ୍‌ ଦେଇଦେବେ ଓ ଯଦି ଯୋଗୀ ସରକାର ଗଠନ ହେଲେ, ସେ ଅଟୋ ଦେଇଦେବେ ବୋଲି କଥା ଦିଆନିଆ ହୋଇଥିଲା । ତେବେ ୟୁପିରେ ଯୋଗୀ ସରକାରଙ୍କ ବିପୁଳ ବିଜୟ ପରେ ତାଙ୍କୁ ବେଟିଂ ହାରି ବାଇକ୍‌ ଦେବାକୁ ପଡ଼ିଛି । ସେ କହିଛନ୍ତି ବାଇକରେ ଗାଁରୁ ଗାଁକୁ ବୈଦ୍ୟୁତିକ ସାମଗ୍ରୀ ବିକ୍ରି କରୁଥିଲି, ଏବେ ବାଇକ୍‌ ନଥିବା ହେତୁ ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇଛି ।

ଅନ୍ୟପକ୍ଷରେ ବିଜେପି ସମର୍ଥକ ବ୍ରିଜକିଶୋର ସାଇନି କହିଛନ୍ତି ଗାଁରେ ରାଜନୈତିକ ଆଲୋଚନା ବେଳେ ପଡୋଶୀରେ ରହୁଥିବା ସପା ସମର୍ଥକ ପ୍ରଥମେ ସର୍ତ୍ତ ରଖିଥିଲେ । ସର୍ତ୍ତ ମୁତାବକ ମୁଁ ମୋ ଅଟୋକୁ ବାଜିରେ ଲଗାଇଥିଲି । ଏଥିରେ ମୋର ପରିବାର ଚଳେ । ଏବେ ବିଜେପି ସରକାର ଗଠନ ହେଲା, ତେଣୁ ପଡୋଶୀ ମୋତେ ସ୍ୱେଚ୍ଛାକୃତ ଭାବେ ନିଜ ବାଇକ୍‌ ଦେଇଛନ୍ତି । ବିକାଶମୂଳକ କାମ ପାଇଁ ବିଜେପି ୟୁପିରେ ପୁନର୍ବାର ସରକାର ଗଠନ କରିଛି । ୨୦୨୪ରେ ମଧ୍ୟ ମୁଁ ବାଜି ମାରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ସେ କହିଛନ୍ତି ।