Advertisment

ପାଣି ବୁନ୍ଦାଏ ପାଇଁ କାଉଲୁବାଉଲୁ...ବେଙ୍ଗାଲୁରୁ ପୁଅଙ୍କୁ ବାହା ହବାକୁ ରାଜି ହେଉନାହାଁନ୍ତି ଝିଅ...

ଆଇଟି ହବ୍‌ ଭାବରେ ଜଣାଶୁଣା ବେଙ୍ଗାଲୁରୁ ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ । ଏହି ପାଣି ସଙ୍କଟ ପାଇଁ ବେଙ୍ଗାଲୁରୁ ପୁଅକୁ ବିବାହ ପାଇଁ ମିଳୁନାହାଁନ୍ତି ଝିଅ...

author-image
Sujit kumar Swain
ଅଦ୍ୟତନ ହୋଇଛି
No Girl Ready To Marry Bengaluru Employee

No Girl Ready To Marry Bengaluru Employee

ଆଇଟି ହବ୍‌ ଭାବରେ ଜଣାଶୁଣା ବେଙ୍ଗାଲୁରୁ ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ସହରରେ ଗଭୀର ଜଳ ସଙ୍କଟ ଦେଖାଦେଇଛି । ଏହା କେବଳ ବେଙ୍ଗାଲୁରୁ ନୁହେଁ ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ । ଏଠାକାର କେତେକ ଅଞ୍ଚଳରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଏଠାରେ ଥିବା କୋଚିଂ ସେଣ୍ଟର ଓ ସ୍କୁଲ୍‌ଗୁଡ଼ିକ ପିଲାମାନଙ୍କୁ ଘରେ ରହି ଅନଲାଇନ୍‌ରେ କ୍ଲାସ କରିବାକୁ କହୁଛନ୍ତି ।

Advertisment

ଏହାରି ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ପାଣି ସଙ୍କଟ ପାଇଁ ବିବାହ କରିବାକୁ ମିଳୁ ନାହିଁନ୍ତି ଝିଅ । ଏହାକୁ ନେଇ ସୋସିଆଲ ମିଡ଼ିଆ ‘X’ରେ ଜଣେ ବ୍ୟକ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି । ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି ।  

ଭାଇରାଲ୍ ପୋଷ୍ଟରେ କଣ ଲେଖାଅଛି ? 

ସୋସିଆଲ ମିଡ଼ିଆ ‘X’ରେ ନରେନ୍ଦ୍ର ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, "ରାହୁଲ ଗାନ୍ଧି, ଦୟାକରି ବେଙ୍ଗାଲୁରୁର ଜଳ ସଙ୍କଟ ଦୂର କରିବା ପାଇଁ ପଦକ୍ଷେପ ନିଅନ୍ତୁ । ବେଙ୍ଗାଲୁରୁର ଆଇଟି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ମୋର ଜଣେ ବନ୍ଧୁ ଅଛନ୍ତି । ଯିଏ ବିବାହ ପାଇଁ ଝିଅ ଖୋଜୁଛନ୍ତି, କିନ୍ତୁ ବେଙ୍ଗାଲୁରୁରେ ଜଳ ସଙ୍କଟ ଥିବାରୁ କେହି ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନୁହଁନ୍ତି । "

Advertisment

ହାଇଟେକ ସହର ବେଙ୍ଗାଲୁରୁ ଏବେ ଜଳ ସଙ୍କଟ ଦେଇ ଗତି କରୁଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଜଳ ସମସ୍ୟା ଦେଖାଦେଇଛି । ଏଠାରେ ଫେବୃଆରୀ ୫ରୁ ୱାଟର ଟ୍ୟାଙ୍କର ଆସୁଥିବା-ଯାଉଥିବା ଦେଖିବାକୁ ମିଳିଛି । ସୋସାଇଟି ଏବଂ କଲୋନୀ ଗୁଡ଼ିକରେ ଜଳ ସଙ୍କଟ ଅଧିକ ହୋଇଛି ।  ଟ୍ୟାଙ୍କର ଦ୍ୱାରା ପାଣି ମଗାଯାଉଛି । ହେଲେ ଜଳର ଅଭାବ ପୂରଣ ହେଉ ନାହିଁ ।

ବେଙ୍ଗାଲୁରୁରେ ଜଳ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ୫୫୬ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର ସୂଚନା ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ବେଙ୍ଗାଲୁରୁ ସହରର ପ୍ରତି ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ  ଜଳ ସଙ୍କଟ ଦୂର କରିବା ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି । ’’

ଏସବୁ ସତ୍ତ୍ୱେ ଜଳସଂକଟ ଦୂର ହେଉନଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Water Crisis
Advertisment
Advertisment