/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650966794.jpg)
students to carry Bible in bags
ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗରେ ବାଇବେଲ୍ ଆଣିବା ବାଧ୍ୟତାମୂଳକ। ଏଭଳି ଆଦେଶ ଦେଇଛନ୍ତି ବେଙ୍ଗାଲୁରୁ ଏକ ବେସରକାରୀ ସ୍କୁଲ। ହିଜାବ ପରେ ଏବେ ବାଇବେଲ୍କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ବେଙ୍ଗାଲୁରୁ ସ୍ଥିତ କ୍ୟୁରେନ୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଆସିବାବେଳେ ସାଙ୍ଗରେ ବାଇବେଲ ଆସିବାକୁ ବାଧ୍ୟତାମୂଳକ କରିଛି।
ଏଥିପାଇଁ ଆପତ୍ତି କରିବେ ନାହିଁ ବୋଲି ଅଭିଭାବକଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଲୋଡିଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଚିଠି ଲେଖିଛନ୍ତି। ଏହାକୁ ହିନ୍ଦୁ ଜନଲାଗୃତି ସମତି ବିରୋଧ କରିଛି। ବିଦ୍ୟାଳୟରେ ବହୁ ଅଣଖ୍ରୀଷ୍ଟିଆନ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କୁ ବାଇବେଲ ଆଣିବାକୁ ବାଧ୍ୟ କରାଯିବା ଅନୁଚିତ ବୋଲି ସମିତି ଦର୍ଶାଇଛି।
ଏପରି ଆଦେଶ ସମ୍ବିଧାନ ଧାରା ୨୫ ଓ ୩୦ର ଉଲ୍ଲଘଂନ କରୁଥିବାରୁ ସ୍କୃଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷାମନ୍ତ୍ରୀଙ୍କୁ ନିବେଦନ କରିଛି ସମିତି।
ଅପରପକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ଜର୍ଜ ମାଥ୍ୟୁ କହିଛନ୍ତି ଯେ ନିର୍ଦ୍ଦେଶକୁ କିଛି ଲୋକ ବିରୋଧ କରୁଛନ୍ତି। କର୍ତ୍ତୃପକ୍ଷ ଆଇନର ଉଲ୍ଲଂଘନ କରିବେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)