Bengaluru home guard returns suitcase with rs 20 lakh gold
ହୋମ୍ ଗାର୍ଡଙ୍କ ସଚ୍ଚୋଟପଣିଆ । ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା ଯାତ୍ରୀଙ୍କ ସହ ସୁଟ୍କେସ୍ । ଜଣଙ୍କ ଝାଳବୁହା ଧନରେ ଉପାର୍ଜିତ ସୁନାକୁ ଫେରାଇ ନିଜ ମହାନତାକୁ ଦର୍ଶାଇଛନ୍ତି ।
ରେଲୱେ ପୋଲିସର ଏକ ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ରମେଶ ଚାନ୍ଦ ନାମକ ଜଣେ ଯାତ୍ରୀ ତାଙ୍କ ପରିବାର ସହ ରାତି ପ୍ରାୟ ୯.୩୦ରେ ମାଇସୋର-ଅଜମେର ଏକ୍ସପ୍ରେସରେ ମାଇସୋର ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ । ତାଙ୍କ ନିକଟରେ ଏକ ସୁଟକେସ୍ ଥିଲା, ଯେଉଁଥିରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା । ହେଲେ ପ୍ରାୟ ଦୁଇ ଘଣ୍ଟା ପରେ ରମେଶ ଚାନ୍ଦ ଜାଣିବାକୁ ପାଇଲେ ଯେ ତାଙ୍କ ଅଳଙ୍କାର ଥିବା ଏକ ସୁଟକେସ୍ ନିଖୋଜ ହୋଇଯାଇଛି। ଏହା ପରେ ରମେଶ ଚାନ୍ଦଙ୍କ ହୋସ୍ ଉଡ଼ିଯାଇଥିଲା ।
ନିଖୋଜ ସୁଟକେସ୍ ଖୋଜିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ, ହେଲେ ତାଙ୍କୁ ମିଳିନଥିଲା । ଶେଷରେ ସେ ବାଧ୍ୟହୋଇ ଏସମ୍ପର୍କରେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ଥିବା ଜିଆର୍ପି ପୋଲିସ ଷ୍ଟେସନରେ ସୁଟକେସରେ ନିଖୋଜ ହୋଇଥିବା ଅଭିଯୋଗ କଲେ ।
ରମେଶ ଚାନ୍ଦଙ୍କ ଅଭିଯୋଗ ପରେ ରେଲୱେ ପୋଲିସ ନିଖୋଜ ସୁଟକେସ ପାଇଁ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଥିଲେ। ଏମିତି କି ବହୁ ପରିଶ୍ରମ ପରେ ବି ସୁଟ୍କେସ୍ ମିଳିନଥିଲା । ହେଲେ ଗୁରୁରାଜ ନାମକ ଜଣେ ହୋମଗାର୍ଡ ଷ୍ଟେସନରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଥିବା ସୁଟକେସ ପାଇଥିଲେ । ସୁଟ୍କେସ୍ ପାଇବା ମାତ୍ରେ ସେ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଖବର ଦେଇ ସୁଟ୍କେସ୍କୁ ଫେରାଇଥିଲେ ।
ତେବେ ଗୁରୁରାଜଙ୍କ ସଚ୍ଚୋଟତା ଏବଂ ସୁଟକେସ୍ ଫେରାଇଦେବାର ଘଟଣାରେ ବରିଷ୍ଠ ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।
ଏଭଳି ସଚ୍ଚୋଟପଣିଆ କାମ କରି ଗୁରୁରାଜ ସମାଜରେ ଏକ ବିଶିଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)