• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ନେଇ ଏବେ ଭାରି ଚର୍ଚ୍ଚା । ଦୁଇ ପ୍ରେମୀଯୁଗଳଙ୍କ ମାମଲାରେ ଏମିତି ଏକ ରାୟ ଶୁଣାଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରେମୀଯୁଗଳ ୫ବର୍ଷ ଧରି ଏକାଠି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ । ଦୁହିଁଙ୍କ ମଧ୍ୟରେ ବହୁବାର ଶାରିରୀକ ସମ୍ପର୍କ ମଧ୍ୟ ରହିଥିଲା । ବାହା ହେବାର ସ୍ୱପ୍ନ ମଧ୍ୟ ଦେଖୁଥିଲେ ପ୍ରେମୀଯୁଗଳ । କିନ୍ତୁ ଏମିତି କ’ଣ ହେଲା ଯେ ହଠାତ୍‌ ଗର୍ଲଫ୍ରେଣ୍ତ ବୟଫ୍ରେଣ୍ତ ବିରୁଦ୍ଧରେ ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଲା ।

ଏହି ଦୁଷ୍କର୍ମ ଅଭିଯୋଗ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌କୁ ନେଇ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବର୍ଷ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଲେ ମହିଳା ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ । କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ଏମ୍‌ ନାଗପ୍ରସନ୍ନ ଏହି ରାୟ ଶୁଣାଇଛନ୍ତି ।

ସୂଚନାନୁଯାୟୀ କର୍ଣ୍ଣାଟକ ବେଙ୍ଗାଲୁରୁର ଜଣେ ମହିଳା ନିଜ ବୟଫ୍ରେଣ୍ତ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ନିଜ ବୟଫ୍ରେଣ୍ତ ସହ ଗତ ୫ବର୍ଷ ହେବ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ ଏବଂ ସେ ଯୁବକଙ୍କୁ ବିବାହ କରିବାକୁ ମଧ୍ୟ ଇଚ୍ଛା ରଖିଥିଲେ । କିନ୍ତୁ ଅଲଗା ଜାତି କାରଣରୁ ବାହାଘର ହୋଇପାରିନଥିଲା । ଏହାପରେ ସେ ଥାନାରେ ଯୁବକଙ୍କ ନାଁରେ ବାହାଘର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଥିଲେ ।

କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଯୁବକଙ୍କ ସପକ୍ଷରେ ରାୟଟି ଶୁଣାଇଥିଲେ । ଜଜ୍‌ଙ୍କ ରାୟ ଅନୁଯାୟୀ ବାହଘରର ମିଛ ପ୍ରଲୋଭନ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବାକୁ ଦୁଷ୍କର୍ମ  କୁହାଯିବ ନାହିଁ । କାରଣ ଏହି ସମ୍ପର୍କଟି ଥରେ କିମ୍ବା ଦୁଇଥର ହୋଇନାହିଁ । ଏହା ଗତ ୫ବର୍ଷ ଧରି ଚାଲିଆସିଛି । ତେବେ ଏହାକୁ ୫ବର୍ଷ ଧରି ରେପ୍‌ କରିଆସୁଥିବା କୁହାଯାଇପାରିବ ନାହିଁ ।