• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୪ ‍ବର୍ଷର ପୁଅକୁ ହତ୍ୟା କଲା ମା’ । ଜୀବନରୁ ମାରିଦବା ପରେ ବ୍ୟାଗ୍‌ ଭିତରେ ପୂରାଇ ରଖିଥିଲା ମୃତଦେହ । ବେଙ୍ଗାଲୁରୁର ଜଣେ ୪୯ ବର୍ଷୀୟ ଷ୍ଟାର୍ଟ ଅପ୍ ପ୍ରତିଷ୍ଠାତା (ସିଇଓ) ଗୋଆର ଏକ ହୋଟେଲରେ ନିଜର ଚାରି ବର୍ଷର ପୁଅକୁ ହତ୍ୟା କରିଛନ୍ତି । ଆଉ ଧରାପଡ଼ିବା ଭୟରେ ମୃତ ପୁଅର ଶରୀରକୁ ଏକ ବ୍ୟାଗରେ ନେଇ କର୍ଣ୍ଣାଟକ ଚାଲିଯାଇଥିବା ଅଭିଯୋଗ ହୋଇଛି ।

ଗତକାଲି ଅର୍ଥାତ୍‌ ସୋମବାର ଦିନ ସିଇଓ ସୂଚନା ସେଠଙ୍କୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ । ହେଲେ ସେ କାହିଁକି ଏପରି କରଛନ୍ତି ତାହା ଜଣାପଡ଼ିନାହିଁ ।

ସବୁଠାରୁ ବଡ଼ କଥା ହେଉଛି ପିଲାଟିକୁ ହତ୍ୟା କରିବା ପରେ ଏକ ଛୋଟ ଡ୍ରାମା ରଚିଥିଲା ମା’ । ପିଲାଟିକୁ ଘରେ ନପାଇବାର ଅଭିନୟ କରିବା ସହ ନିକଟସ୍ଥ ଲୋକଙ୍କୁ ଜଣାଇଥିଲା । ପରେ କିଛି ହୋଟେଲର କର୍ମଚାରୀ ଘର ଭିତରେ ଖୋଜାଖୋଜି କରିଥିଲେ । ସେହି ସମୟରେ କିଛି ରକ୍ତର ଦାଗ ଦେଖିବାକୁ ପାଇଥିଲେ । ରକ୍ତର ଦାଗ ଦେଖି ପୋଲିସକୁ ଖବର ଦେଇଥିଲେ ।

ହେଲେ ପୁଅକୁ ନପାଇବା ବାହାନା କରି ସେଠାରୁ ସୂଚନା ଏକ ଅଟୋ ଯୋଗେ ଏକ ବ୍ୟାଗରେ ପୁଅର ମୃତଦେହ ଧରି ଚାଲିଯାଇଥିଲେ । ପରେ ପୋଲିସ ସୂଚନାଙ୍କୁ ଫୋନ କରିବା ପରେ ପିଲାଟି ତାଙ୍କର ଏକ ବନ୍ଧୁ ଘରକୁ ଚାଲିଯାଇଥିବା କହିଥିଲେ । ହେଲେ ରକ୍ତର ଦାଗ ଦେଖି ପୋଲିସ ତଦନ୍ତ କରିଥିଲା ।

ଅଭିଯୁକ୍ତ ସୂଚନା ଯେଉଁ ଅଟୋରେ ଯାଇଥିଲେ ସେହି ଅଟୋର ଡ୍ରାଇଭରକୁ ଡାକି ପଚରାଉଚରା କରିଥିଲା ପୋଲିସ ଏବଂ ତଦନ୍ତ ଆଗକୁ ବଢ଼ାଇଥିଲା । ଅଧିକ ସନ୍ଦେହ ହେବାରୁ ଅଭିଯୁକ୍ତ ମହିଳା ସିଇଓ ସୂଚନାଙ୍କ ନିକଟରେ ପହଞ୍ଚିବା ସହ ମୃତ ପୁଅର ଶବ ସହ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।